ଭୋଟର ତାଲିକା ପ୍ରସଙ୍ଗ: କମଳନାଥ, ସଚିନ ପାଇଲଟ୍‍ଙ୍କ ଆବେଦନ ଖାରଜ

0

ନୂଆଦିଲ୍ଲୀ : ନିର୍ବାଚନାଭିମୁଖୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ପ୍ରସ୍ତାବିତ ଭୋଟର ତାଲିକା ପ୍ରଦାନ କରିବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେବା ଦାବିରେ ହୋଇଥିବା ଦୁଇଟି ପୃଥକ୍‍ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ମିଥ୍ୟା ଭୋଟର ତାଲିକା ପ୍ରସ୍ତୁତି ରୋକିବା ସହିତ ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ କଂଗ୍ରେସ ନେତା କମଳ ନାଥ ଏବଂ ସଚିନ ପାଇଲଟ୍‍ଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଜାଲ୍‍ ଭୋଟରଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ସେମାନେ ଏହି ଆବେଦନ କରିଥିଲେ। ମାତ୍ର ବିଚାରପତି ଏ. କେ ସିକ୍ରି ଏବଂ ଅଶୋକ ଭୂଷଣଙ୍କ ପୀଠ ମାମଲାର ଶୁଣାଣି କରି ଅକ୍ଟୋବର ୮ରେ ରାୟ ସଂରକ୍ଷିତ ରଖିଥିଲେ। କମଳନାଥ ଓ ସଚିନ ପାଇଲଟ୍‍ ଉଭୟ ରାଜ୍ୟରେ ନିର୍ବାଚନ ବେଳେ ବ୍ୟବହାର କରାଯିବାକୁ ଥିବା ଭିଭିପ୍ୟାଟ ମେସିନର ଯାଞ୍ଚ ପାଇଁ ମଧ୍ୟ ଆବେଦନ କରିଥିଲେ। ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୋଟର ଥିବାବେଳେ ରାଜସ୍ଥାନରେ ୪୧ ଲକ୍ଷ ଥିବା କୁହାଯାଉଛି। ରାଜସ୍ଥାନରେ ନିର୍ବାଚନ କମିସନ୍‍ ୭୧ ଲକ୍ଷ ନୂତନ ଭୋଟର ସାମିଲ କରିଥିବା ଜଣାଯାଇଛି। ମଧ୍ୟପ୍ରଦେଶରେ ନଭେମ୍ବର ୨୮ରେ ଏବଂ ରାଜସ୍ଥାନରେ ଡିସେମ୍ବର ୭ରେ ଭୋଟିଂ ହେବ।

Leave A Reply