ଟିକା ନ ନେଇ ଆସୁଛି ଟିକା ନେଇଥିବା ବାର୍ତ୍ତା

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନା ସହ ଲଢି କରୋନାକୁ ପ୍ରତିହତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କରୋନାରୁ ମୁକ୍ତି ପାଇଁ ୧୮ରୁ ୬୫ବର୍ଷ ପର୍ୟ୍ୟନ୍ତ ଲୋକଙ୍କୁ ଟିକା ଦେବା ପାଇଁ ଚାଲିଛି ପ୍ରୟାସ । ଯାହାରି ଫଳରେ ଲୋକ ସୁରକ୍ଷିତ ରହି କରୋନାକୁ ହରାଇବା ଲାଗି ଚାଲିଛି ଉଦ୍ୟମ । ମୋହନା ବ୍ଲକରେ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ୪୫ ବର୍ଷରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କୁ ଟିକାକରଣ ଜାରି ରହିଛି। କିନ୍ତୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ବର୍ତ୍ତମାନ ସୁଦ୍ଧା ମୋହନା ବ୍ଲକରେ ପହଞ୍ଚି ପାରିନି ଟିକା। ଅନ୍ୟପଟେ ଟିକା ନେଇ ନ ଥିବା ଲୋକଙ୍କ ପାଖକୁ ଆସୁଛି ଟିକା ନେଇଥିବା ବାର୍ତା । ଜଣେ ସରକାରୀ କର୍ମଚାରୀ ଦ୍ଵିତୀୟ ଡୋଜ ଟିକା ନେଇ ନ ଥିବାବେଳେ ତାଙ୍କ ପାଖକୁ ୦୫/୦୬/୨୦୨୧ ରେ ଆପଣ ଦ୍ୱିତୀୟ ଡୋଜ ଟିକା ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଯାହା ଫଳରେ ଏପରି ବାର୍ତା ପଢି କର୍ମଚାରୀଜଣକ ହତଚକିତ ହୋଇପଡିଥିଲେ। ହେଲେ ଟିକା ନ ନେଇ କିପରି ବାର୍ତା ଆସିଲା ନା ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକୁ ନେଇ କିଛି ମଧୁଚନ୍ଦ୍ରିକା ଚାଲିଛି ତାହା ଏବେ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

Comments are closed.