ଅସଲି ହାତରେ ଧରାପଡ଼ିଲେ ନକଲି ପୁଲିସ୍ ; ୨ ଗିରଫ,୩ ଫେରାର୍

ପୁଲିସ୍ ପୋଷାକ ସହିତ ଖେଳଣା ବନ୍ଧୁକ ଜବତ

ଫୁଲବାଣୀ/ବାଲିଗୁଡା : ଅସଲି ପୁଲିସ୍ ହାତରେ ଧରାପଡ଼ିଛନ୍ତି ୨ ନକଲି ପୁଲିସ୍। ଅନ୍ୟ ୩ ଜଣ ଫେରାର୍ ଘଟଣାସ୍ଥଳରୁ ହୋଇଯାଇଛନ୍ତି। ଏହାକୁ ନେଇ ସମଗ୍ର କନ୍ଧମାଳ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଅଞ୍ଚଳରେ। ସୂଚନା ପ୍ରକାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ବାଲିଗୁଡ଼ା ପୁଲିସ୍ ରାତ୍ର ପାଟ୍ରୋଲିଂ କରୁଥିବା ସମୟରେ ସିନ୍ଦିରିଗାଁ ନିକଟସ୍ଥ ଖଡ଼ଗନଦୀ ଶଙ୍ଖ ନିକଟରେ ଏକ ଅନ୍ଧାରରେ କିଛି ସନ୍ଧିଗ୍ଧ ବ୍ୟକ୍ତି  ବସିଥିବା ବେଳେ ପାଟ୍ରୋଲିଂରେ ଯାଇଥିବା ପୁଲିସ୍ ମାନେ ଅତିର୍କିତ ଭାବେ ଉକ୍ତ ସନ୍ଧିଗ୍ଧ ବ୍ୟକ୍ତି ମାନଙ୍କ ଚଢାଉ କରିଥିବା ବେଳେ ପୁଲିସକୁ ଦେଖି ସେହିମାନଙ୍କ ମଧ୍ୟରୁ ୩ ଜଣ ଖସି ପଳାଇଥିବା ବେଳେ  ୨ ଜଣ ପୁଲିସ୍ ହାତରେ ଧରାପଡିଥିଲେ। ତେବେ ଯେଉଁ ୨ ଜଣ ଧରାପଡ଼ିଥିଲେ ସେମାନେ ଥିଲେ ପୁଲିସ୍ ପୋଷାକରେ। ତେବେ ରାତ୍ରରେ ଅସଲି ପୁଲିସ୍ ହାତରେ ନକଲି ପୁଲିସ୍ ଧରାପଡ଼ିଥିବା ବେଳେ ସେମାନଙ୍କୁ ପଚରା ଉପରା ପରେ ସେମାନେ ଡ଼କାୟତି ପାଇଁ ଚଳାଇଥିଲେ ବ୍ଳୁ ପ୍ରିଷ୍ଟି ବୋଲି ଜଣାପଡ଼ିଛି। ପୁଲିସ୍ ବେଶରେ ଗିରଫ ଅଭିଯୁକ୍ତ ମାନେ ସ୍ଥାନୀୟ କିଛି ଅସାମାଜିକଙ୍କ ସହଯୋଗରେ ସେମାନେ ଉକ୍ତ ରାସ୍ତାରେ ଡକାୟତି ପାଇଁ ପ୍ରସ୍ତୁତ ହୋଇଥିବାର ମଧ୍ୟ ପଚରା ଉଚରା ବେଳେ ପ୍ରକାଶ କରିଛନ୍ତି। ତେବେ ଉକ୍ତ ରାସ୍ତାରେ ରାତ୍ର ସମୟରେ ବହୁ ସଂଖ୍ୟରେ ଯାନ ବାହାନ ଚଳାଚଳ କରୁଥିବା ବେଳେ ସେହି ସବୁ ଗାଡ଼ିକୁ ଅଟକାଇ ନକଲି ପୁଲିସ୍ ବେଶରେ ଭୟବୀତ କରିବା ସହିତ ଲୁଟ୍ ପାଇଁ ଥିଲା ତାଙ୍କର ଉଦ୍ୟମ ବୋଲି ପଚରାଉଚରା ବେଳେ ଜଣାଯାଇଛି। ପୁଲିସ୍ ଘଟଣାସ୍ଥଳରୁ ଏକ ମାରୁତି ଡ଼ିଜାୟର କାର୍, ପୁଲିସ୍ ଲାଠି, ଲୁହାରଡ଼୍ ଭଳି ମାରଣାସ୍ତ୍ର ସହିତ ପୁଲିସ୍ ପୋଷାକ, ଖେଳଣା ବନ୍ଧୁକ ସହିତ ଅନ୍ୟ କେତେକ ଜିନିଷ ମଧ୍ୟ ଜବତ କରାଯାଇଥିବା ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଗିରଫ ଦୁଇଜଣ କଟକ ଜିଲା ଚଣ୍ଡିଛକ ଓ କନିକା ଛକ ଅଞ୍ଚଳର ବୋଲି ପୁଲିସ୍ ତାହାର ପ୍ରାଥିମକ ତଦନ୍ତରୁ ଜାଣି ପାରିଛି। ତେବେ ଏହି ଘଟଣାରେ ୩ ଜଣ ଫେରାର୍ ହୋଇଯାଇଥିବା ବେଳେ କେତେଦିନ ହେଲା ଏଭଳି ଭାବେ ସେମାନେ ଏଭଳି କାଣ୍ଡ ଭିଆଇ ଚାଲିଥିଲେ ଓ ଏଥିରେ ସ୍ଥାନୀୟ ଅଞ୍ଚଳର କେଉଁ ଅସାମାଜିକ ବ୍ୟକ୍ତି ଏଥିରେ ସଂପୃକ୍ତ ଏସବୁ ଖୋଳତାଡ଼ ପୁଲିସ୍ ଆରମ୍ଭ କରିଛି।

Comments
Loading...