ତିନି ନକଲି ମାଓବାଦୀ ଗିରଫ

କୋରାପୁଟ: ନାରାୟଣପାଟଣା ଅଞ୍ଚଳରୁ ମଙ୍ଗଳବାର ଜିନି ଜଣ ନକଲି ମାଓବାଦୀ ଗିରଫ ହୋଇଛନ୍ତି। ମାଓବାଦୀଙ୍କୁ ନାମରେ ଏହି ତିନି ଜଣ ସ୍ଥାନୀୟ ଅଞ୍ଚଳରେ ଦାଦାବଟି ଆଦାୟ କରୁଥିଲେ ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ଆତର୍କିତ ଭାବେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ନକଲି ମାଓବାଦୀ ହେଲେ ଜୁନେଶ କୌଶଳା, ବାସୁଦେବ ପାଙ୍ଗି ଓ ସୁର ତାଡିଙ୍ଗି। ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

Comments are closed.