୨ ନକଲି ଆଇଏଏସ୍‍ ଗିରଫ

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଂଚ ଇଓଡବ୍ଲୁ ଶୁକ୍ରବାର ୨ ନକଲି ଆଇଏଏସଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ। ଜଣେ ନିଜକୁ ଆଡିସନାଲ ସେକ୍ରେଟେରୀ କହି ଠକୁଥିବା ବେଳେ ଅନ୍ୟ ଜଣେ ନିଜକୁ ପିଡବ୍ଲ୍ୟୁଡି ଅଫିସର ପରିଚୟ ଦେଇ ଠକୁଥିଲା। ଏମାନଙ୍କ ବିରୋଧରେ ଠିକାଦାରୀ ଦେବା ନାଁରେ ୧ କୋଟି ୧୭ ଲକ୍ଷ ଠକିଥିବା ଅଭିଯୋଗ ଆସିଥିଲା। ଏମାନେ ମିଛ ୱାର୍କ ଅର୍ଡର ଦେଇ ଠିକାଦାରଙ୍କୁ ଠକେଇ କରିବା ସହ ଟଙ୍କା ହଡ଼ପ୍‍ କରୁଥିଲେ।

ଦିଲ୍ଲୀର ରିକବ ଚାନ୍ଦଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଏହି ଦୁଇଜଣଙ୍କୁ ଗିରଫ କରିଛି। ଦିଲ୍ଲୀର ନେସନାଲ୍‍ ଷ୍ଟିଲର ମାଲିକ ରିକବ ତାଙ୍କୁ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ଓ ଦିଲ୍ଲୀର ରାଜେଶ ଗେହେଲଟ ନିଜକୁ ଅଫିସରର ପରିଚୟ ଦେଇ ଅପରାଧିକ ଷଡଯନ୍ତ୍ର କରି ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ କରିଥିଲେ। ଏଥିରେ ଜଣେ ମହିଳାଙ୍କର ବି ସମ୍ପୃକ୍ତି ରହିଛି। ସେ ମହିଳା ନିଜକୁ ଟ୍ରଜେରୀ ଅଫିସରର ପରିଚୟ ଦେଇଥିଲେ। ରିକବଙ୍କର ଭୁବନେଶ୍ୱର କାଳୀନଗର ନିକଟରେ ଏକ ବ୍ରାଂଚ ଅଫିସ ରହିଛି ଯାହାକୁ ତାଙ୍କ ପୁଅ ଅକ୍ଷୟ ବୁଝୁଥିଲେ।

Comments are closed.