ଅନୁଗୁଳରେ କଲେଜ ଛାତ୍ର, ଯାଜପୁରରେ ବାବା ବେଶଧାରୀ ପ୍ରେମିକ

ଲୋକେ ଭାବିଲେ ପିଲା ଚୋର, କାବୁ କରି ଦେଲେ ପୁଲିସ ଜିମାରେ

ଭୁବନେଶ୍ବର: ପ୍ରେମିକାକୁ ଭେଟିବାକୁ ଜଣେ ପ୍ରେମିକ ବାବା ବେଶ ଧାରଣ କରିଥିଲେ। ତେବେ ତାଙ୍କର ଚାଲିଚଳନ ଓ କଥାବାର୍ତ୍ତା ତାଙ୍କୁ ଧରାପକାଇ ଦେଇଥିଲା ଏବଂ ସେ ଫସିଯାଇଥିଲେ। ପ୍ରଥମେ ସ୍ଥାନୀୟ ଲୋକ ତାଙ୍କୁ ପିଲା ଚୋର ଭାବୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ଭେଟିବା ପାଇଁ ଆସି ଏଭଳି ବେଶ ଧାରଣ କରିଥିବା ଜାଣିବାକୁ ପାଇଥିଲେ। ଏହାପରେ ସମ୍ପୃକ୍ତ ବାବା ବେଶଧାରୀ ପ୍ରେମିକଙ୍କୁ ପୁଲିସର ଜିମା ଦେଇଥିଲେ।


ଆଜି ଯାଜପୁର ଜିଲାରେ ଧରାପଡ଼ିଥିବା ବାବା ବେଶଧାରୀ ପ୍ରେମିକ ଜଣକ ହେଉଛନ୍ତି ଅନୁଗୋଳରେ ଏକ କଲେଜ ଛାତ୍ର। ଅନୁଗୁଳର ଏକ କଲେଜରେ ସେ ଯୁକ୍ତ ଦୁଇର ଛାତ୍ର ଭାବେ ପାଠ ପଢୁଛନ୍ତି। ସେ ବାବାବେଶ ଧାରଣ କରି ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀକୁ ଆସିଥିଲେ। ତାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା ଓ ବ୍ୟବହାର ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକ ସନ୍ଦେହ କରିଥିଲେ। ପ୍ରଥମେ ତାଙ୍କୁ ପିଲା ଚୋର ସନ୍ଦେହରେ ଲୋକେ କାବୁ କରି ନେଇଥିଲେ ଓ ପୁଲିସ୍ ଜିମାରେ ଦେଇଥିଲେ। ବାବା ବେଶଧାରୀ ଛାତ୍ର ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ପୁଲିସ ଦ୍ବାରା ଅଟକ ରହିଥିବା ବାବାବେଶଧାରୀ ପ୍ରେମିକ ଯୁକ୍ତ ଦୁଇ ଛାତ୍ର କହିଛନ୍ତି ଯେ ତାଙ୍କ ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁ ନଥିଲେ। ତେଣୁ ସେ ଏମିତି ବାବା ବେଶଧାରଣ କରି ପ୍ରେମିକାଙ୍କ ଘରକୁ ଯାଉଥିଲେ।
ସ୍ଥାନୀୟ ବାସିନ୍ଦା ସଞ୍ଜୟ ଜେନା କହିଛନ୍ତି ଯେ ବାବାବେଶଧାରୀ ବ୍ୟକ୍ତିଙ୍କୁ ଦେଖି ମୋର ସନ୍ଦେହ ହୋଇଥିଲା। ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ସେ ଆଗକୁ ଚାଲିଯାଇଥିଲେ। ଏହାପରେ ମୁଁ ତାଙ୍କ ହାତକୁ ଧରି ପକାଇଲି ଓ ଆପଣ କେଉଁଠାରୁ ଆସିଛନ୍ତି ବୋଲି ପ୍ରଶ୍ନ ପଚାରିଲି। ମୁଁ ହିମାଳୟରୁ ଆସିଛି ବୋଲି କହିଥିଲେ। ସନ୍ଦେହ ହେବରୁ ଦାଢ଼ି ଟାଣି ଦେଇଥିଲି ଓ ଦାଢ଼ି ଖସି ଯାଇଥିଲା।

Comments are closed.