ଭାରତକୁ ନକଲି ନୋଟ ଚାଲାଣ କରୁଥିବା ବାଂଲାଦେଶୀ ନାଗରିକ ଗିରଫ

0

ଗାନ୍ଧିଧାମ .- ବଙ୍ଗଳାଦେଶରୁ ଭାରତକୁ ନକଲି ଟଙ୍କା ଚାଲାଣ କରୁଥିବା ଅଭିଯୋଗରେ ଗୁଜୁରାଟର ଏଟିଏସ୍‌ ଜଣେ ବାଂଲାଦେଶୀ ନାଗରିକକୁ ଗିରଫ କରିଛି ।ଜ୍ୟୁଶ୍‌ ଶେଖ୍‌ ନାମକ ଲୋକଠାରୁ ୧.୬୧ ଲକ୍ଷ ଟଙ୍କା ଅତି ଉଚ୍ଚ କୋଟୀର  ନକଲି ଟଙ୍କା ଜବତ କରାଯାଇଥିବା ଏଟିଏସ୍‌ ସୂଚନା ଦେଇଛି ।  ପଶ୍ଚିମବଙ୍ଗର ମାଲଦା ଦେଇ ଏହି ନକଲି ଟଙ୍କାକୁ ଭାରତକୁ ଚାଲାଣ କରାଯାଉଛି । ଗିରଫ ହୋଇଥିବା ଲୋକଟି ଗୁଜୁରାଟର ଭୁଜ ଅଞ୍ଚଳରେ ନକଲି ନୋଟ୍‌ କାରବାର କରୁଥିଲା ।

୨୦୧୬ ମସିହାଠାରୁ  ନକଲି ନୋଟ୍‌ ଜବତ ହେବା ଘଟଣାରେ ଆଣ୍ଟି ଟେରୋରିଷ୍ଟ ସ୍କାଡ ବା ଏଟିଏସ୍‌ ଜ୍ୟୁଶ୍‌ ଶେଖ୍‌କୁ  ଖୋଜୁଥିଲା ମାତ୍ର ସେ ଏହାପରେ ଫେରାର ହୋଇଯାଇଥିଲା । ଏବେ ବି ସେ ନକଲି ନୋଟ୍‌ କାରବାର କରୁଥିବା ଏଟିଏସ୍‌ ସୂଚନା ପାଇଥିଲା । ନକଲି ନୋଟ୍‌ ସହ ସେ ମୁମ୍ବାଇକୁ ଆସୁଥିବା ସୂଚନା ମିଳିଥିଲା । ଏଟିଏସ୍‌ ମୁମ୍ବାଇରୁ ଜ୍ୟୁଶ୍‌ ଶେଖ୍‌କୁ ଗିରଫ କରିଛି। ଏହି ଘଟଣାରେ ଆଗରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave A Reply