ପାଞ୍ଚ ଟଙ୍କିଆ ନକଲି କଏନ୍ କାରଖାନା ଠାବ

ବାହାଦୁରଗଡ : ହରିୟାଣାର ବାହାଦୁରଗଡରେ ପାଞ୍ଚ ଟଙ୍କିଆ ନକଲି କଏନ୍ ତିଆରି କାରଖାନା ଠାବ ହୋଇଛି । ଏହି ମାମଲାରେ ପୁଲିସ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗଣପତି ଧାମ ସ୍ଥିତ ଏକ କାରଖାନାରେ ନକଲି ପାଞ୍ଚ ଟଙ୍କିଆ କଏନ୍ ତିଆରି ହେଉଥିଲା। ରବିବାର ରାତିରେ ନକଲି କଏନ୍ ଗାଡି ବଜାରକୁ ଯାଉଥିବା ବେଳେ ଫରିଦାବାଦ ପୁଲିସ ହାତରେ ଧରା ପଡିଥିଲା । ଏହା ପରେ ନକଲି ପାଞ୍ଚ ଟଙ୍କିଆ କଏନର ପର୍ଦ୍ଦାଫାସ ହୋଇଥିଲା । ଗତ ୩ ମାସରେ ୩୦ କୋଟି ଟଙ୍କାର ପାଞ୍ଚ ଟଙ୍କିଆ ନକଲି କଏନ୍ ବଜାରକୁ ଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଫରିଦାବାଦ ଓ ବାହାଦୁରଗଡ ପୁଲିସ ଏହି ମାମଲାର ତଦନ୍ତ ଚଳାଇଛନ୍ତି ।

Comments are closed.