ଉତ୍ତର ପ୍ରଦେଶ ଡିଜିଙ୍କର ନକଲି ଟ୍ୱିଟର ଆକାଉଣ୍ଟ ଖୋଲିଲେ ଦଶମ ଶ୍ରେଣୀ ଛାତ୍ର, ଘଟଣାର ତଦନ୍ତ ନିର୍ଦେଶ

0

ଲକ୍ଷ୍ମୌ:  ଏକ ଦଶମ ଶ୍ରେଣୀର ଛାତ୍ର ଉତ୍ତର ପ୍ରଦେଶ ପୁଲିସ ଡିଜିଙ୍କର ନକଲି ଟ୍ୱିଟର ଆକାଉଣ୍ଟ ଖୋଲି ଥିବା ଅଭିଯୋଗ ହୋଇଛି ।  ଏହାପରେ ଗୋରଖପୁର ଏସ୍‌ପିଙ୍କୁ ଏକ ଠକେଇ ମାମଲର ତଦନ୍ତ ପାଇଁ ନିର୍ଦେଶ ଏହି ଆକାଉଣ୍ଟରୁ ଆସିଥିଲା ।

ସିଦିକି ଅନସାରୀ ନାମକ ବ୍ୟକ୍ତି ଉକ୍ତ ଛାତ୍ରର ବଡ ଭାଇକୁ ଦୁବାଇରେ ଏକ ଚାକିରୀ କରାଇଦେବ କହି ୪୫ ହଜାର ଧିକ ନେଇଥିବା ଛାତ୍ର ଜଣଙ୍କ କହିଛି ।ଗୋରଖପୁରର  ଗୁଲହାରିଆ ବଜାର ଥାନାରେ ଏକ ମାମଲା ରୁଜୁ ହୋଇଛି । ମାତ୍ର କିଛି ସୁଫଳ ନ ମିଳିଥିବାରୁ ଛାତ୍ରଟି କହିଛି ।  ସେ ତାହାର ଏକ ସାଙ୍ଗଠାରୁ ଏକ ଆକାଉଣ୍ଟ ଖୋଲି ଏପରି କରିବା ପାଇଁ ପ୍ରୋତ୍ସାହନ ପାଇଥିବା କଥା ଉତ୍ତର ପ୍ରଦେଶ ପୁଲିସ ସାଇବର ସେଲ ଅଧିକାରୀ ଅରୁଣ କୁମାର କହିଛନ୍ତି । ଏହାପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଠକ ଜଣଙ୍କ ୩୦ ହଜାର ଟଙ୍କା ଫେରାଇ ଦେଇଛି । ବାକି ଟଙ୍କା ଖୁବ ଶୀଘ୍ର ଫେରାଇ ଦେବ ବୋଲି ସେ ପୁଲିସ ଆଗରେ କହିଛି । ମାତ୍ର ନକଲି ଟ୍ୱିଟର ଆକାଉଣ୍ଟ ଖୋଲିବାର ତଦନ୍ତ ନିର୍ଦେଶ ଦିଆଯାଇଛି ।

Leave A Reply