ମୁହଁ ପାଇଁ କିଛି ଆବଶ୍ୟକୀୟ ଟିପ୍ସ

ବହୁ ପ୍ରାକୃତିକ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ମୁହଁ ପାଇଁ ଖୁବ ହିତକାରକ ହୋଇଥାଏ। ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ଆମେ ନିଜ ମୁହଁର ଠିକ ଭାବେ ଯତ୍ନ ନେଇପାରୁ ନାହିଁ। ଫଳରେ ତ୍ୱଚା ଫିକା ପଡ଼ିଯାଏ। ଏହା ସବୁ ଝିଅଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଖରାଦିନରେ କିଛି ସହଜ ପ୍ରାକୃତିକ ଉପାୟରେ ଅବଲମ୍ବନ କରିବା ଦ୍ୱାରା ଆମ ମୁହଁ କୋମଳ ଓ ଉଜ୍ୱଳ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ପାଣି ଶରୀରର ଜଳୀୟ ଅଂଶକୁ ସନ୍ତୁଳନ କରି ରଖିଥାଏ। ତେଣୁ ଦିନକୁ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ମୁହଁ ଉଜ୍ୱଳ ହୋଇଥାଏ। ତିନି ରୁ ଚାରି ଥର ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।
୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
କ୍ଷୀର ମୁହଁ ପାଇଁ ଖୁବ ଲାଭ ଦାୟକ। ଏଥିରେ ପ୍ରୋଟିନ, ଏମିନୋ ଏସିଡ଼, ଭିଟାମିନ ଭରପୁର ମାତ୍ରାରେ ରହିଛି। ରାତିରେ ଶୋଇବା ପୂର୍ବରୁ କ୍ଷୀରକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ମୁହଁରେ ୧୫ ମିନିଟ ଲଗାଇ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଗୋରା ଓ ସୁନ୍ଦର ହୋଇଥାଏ।
ପ୍ରତିଦିନ ବ୍ୟାୟାମ ନିଶ୍ଚୟ କରନ୍ତୁ। ନିୟମିତ ଫଳ, ସବୁଜ ପନିପରିବା ଖାଆନ୍ତୁ। ତେଲିଆ ଓ ଫାଷ୍ଟଫୁଡ଼ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

Comments are closed.