ପିଆଜ ଛବି ହଟାଇଲା ଫେସବୁକ୍: ବିବାଦ ପରେ କହିଲା ଏମିତି କଥା

ପିଆଜର ଛବିକୁ ଫେସବୁକ୍ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି । ଏହା ଅତ୍ୟଧିକ ସେକ୍ସି ଦିଶୁଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଫେସବୁକ୍ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଭାଇରାଲ ହେବା ପରେ ପୁଣି ପିଆଜର ଫଟୋ ଫେସବୁକ୍ ନିଜ ପ୍ଲାଟଫର୍ମରେ ସ୍ଥାନ ଦେଇଛି ।

ଘଟଣାଟି ହେଉଛି ଏମିତି । ନ୍ୟୁଫାଉଣ୍ଡଲାଣ୍ଡ (କାନାଡ଼ା)ର ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ବିହନ ବିକ୍ରି କରନ୍ତି । ତାଙ୍କ ଫେସବୁକ୍ ପେଜର ନାମ ହେଉଛି The Seed Company by EW Gaze । ସେ ତାଙ୍କର ଫେସବୁକ୍ ପେଜରେ ୱାଲା ୱାଲା ପିଆଜ ନାମକ ଏକ ପୋଷ୍ଟ କରିଥିଲେ । ଏଥିରେ ପିଆଜର ଛବି ଥିଲା । ମାତ୍ର ଏହି ପୋଷ୍ଟକୁ କିଛି ସମୟ ପରେ ଫେସବୁକ୍ କର୍ତ୍ତୃପକ୍ଷ ହଟାଇ ଦେଇଥିଲେ । ପିଆଜ ଅତ୍ୟଧିକ ସେକ୍ସି ଦିଶୁଥିବାରୁ ତାହାକୁ ଫେସବୁକରୁ ହଟାଇ ଦିଆଯାଇଛି ବୋଲି କୁହାଯାଇଥିଲା । ଏହାପରେ ଅନଲାଇନ୍ ପ୍ଲାଟଫର୍ମ ସହିତ ସଂଯୁକ୍ତ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଫେସବୁକରୁ ଏହି ବାର୍ତ୍ତାର ସ୍କ୍ରିନସଟ୍ ପୋଷ୍ଟ କରିଥିଲେ ଓ ଏହା ଭାଇରାଲ ହୋଇଥିଲା ।

ବିହନ କମ୍ପାନୀର ମ୍ୟାନେଜର ଜ୍ୟାକସନ ମ୍ୟାକ୍ଲିନ୍ କହିଛନ୍ତି ଯେ ଏହି ନିଷେଧାଦେଶର ସମ୍ପର୍କରେ ଆପତ୍ତି କରିବା ପରେ ଫେସବୁକ୍ ବୁଧବାର ଅନଲାଇନ୍ ବିଜ୍ଞାପନକୁ ପୁନର୍ବାର ସ୍ଥାନୀତ କରିଛି । ମ୍ୟାକ୍ଲିନ୍ କହିଛନ୍ତି ଯେ ୱାଲା ୱାଲା ମିଠା ପିଆଜ ମଞ୍ଜି ପାଇଁ ବିଜ୍ଞାପନରେ ଫେସବୁକକୁ କାହିଁକି ଏହା ସେକ୍ସି ଲାଗିଲା ତାହା ଜଣାନାହିଁ ।

Comments are closed.