ଫେସବୁକ୍ – ସହଜ ନାଭିଗେସନ୍ ଓ ଡାର୍କ ମୋଡ଼ରେ ବଢ଼ିଲା ସ୍ପିଡ଼

ସମାଜ ପୋର୍ଟାଲ ଡେସ୍କ: ପ୍ରାୟ ଏକ ମାସ ଧରି ପରୀକ୍ଷା ନିରୀକ୍ଷା କରିବା ପରେ ଫେସବୁକ ଶୁକ୍ରବାର ଏହାର ସହଜ ନାଭିଗେସନ ଓ ଡାର୍କ ମୋଡ଼ ଡିଜାଇନକୁ ଅଧିକ ଗତିଶୀଳ କରିଛି। ଟେକକ୍ରଞ୍ଚ ଅନୁଯାୟୀ, ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମୋବାଇଲ୍ ଆପ୍ଲିକେସନ୍ ସୂଚନା ଆଧାରରେ ଫେସବୁକ ନିଜ ସଫ୍ଟଓୟାର କିଭଳି ଅତି କାମ ସମୟ ମଧ୍ୟରେ ଖୋଲିବା ଏବଂ ସହଜ ନେଭିଗେସନ୍ ଅର୍ଥାତ ଗୋଟିଏ ପେଜରୁ ଅନ୍ୟ ପେଜକୁ ଯିବା ଓ ନିର୍ଦ୍ଧିଷ୍ଟ ପେଜ ଖୋଲିବା ଗତିଶୀଳ ଏବଂ ସହଜ ହୋଇଛି। ପୂର୍ବରୁ ଫେସବୁକ ମୋବାଇଲ୍ ଆପ ବ୍ୟବହାରକାରୀଙ୍କ ପାଇଁ ଡାର୍କ ମୋଡ୍ ଦୀର୍ଘ ସମୟ ଧରି ଉପଲବ୍ଧ ହେଉଥିବା ବେଳେ, ବର୍ତ୍ତମାନ ଏହା ଡେସ୍କଟପ୍ ମୋଡରେ ଲଞ୍ଚ ହୋଇଛି। ଫେସବୁକ ଏହି ପରିବର୍ତ୍ତନ କରିବା ଫଳରେ ନୂଆ ଗ୍ରୁପ, ପେଜ କିମ୍ବା ଅନ୍ୟାନ୍ୟ ବୈଶିଷ୍ଟଗୁଡିକ ସହଜରେ ଏବଂ କମ ସମୟରେ ଖୋଲି ପାରୁଛି।

ଅନ୍ୟ ପକ୍ଷରେ କେତେକ ବିକାଶଶୀଳ ଦେଶରେ ମାଗଣା ଇଣ୍ଟରନେଟ୍ ବ୍ୟବହାରକୁ ନେଇ ଉପଭୋକ୍ତାମାନେ କିଭଳି ସହଜରେ ଇଣ୍ଟରନେଟ ଖୋଜି ପାଇବେ, ସେ ନେଇ ଫେସବୁକ ଏକ ନୂତନ ଆପ୍ ପରୀକ୍ଷା କରୁଛି ଯାହାର ନାଁ ହେଉଛି ‘ଡିସ୍କଭର’। ଏହା ଉପଭୋକ୍ତାମାନଙ୍କୁ ମୋବାଇଲ୍ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ମାଗଣା ବ୍ରାଉଜିଂ ତଥ୍ୟ ପ୍ରଦାନ କରିଥାଏ। ଏବେ ଫେସବୁକ ପେରୁରେ ଏହାର ପ୍ରଥମ ପରୀକ୍ଷା କରୁଛି ଓ ଭବିଷ୍ୟତରେ ଥାଇଲ୍ୟାଣ୍ଡ, ଫିଲିପାଇନ୍ସ ଏବଂ ଇରାକ ସମେତ ଅନ୍ୟାନ୍ୟ ଦେଶରେ ଏହା ଲଞ୍ଚ ହେବ ବୋଲି ଜଣାପଡିଛି।

ଏହି ଆପ ବ୍ୟବହାର କଲେ ଉପଭୋକ୍ତାମାନେ ସେମାନଙ୍କ ସେବା ପ୍ରଦାନକାରୀଙ୍କଠାରୁ ଦେୟମୁକ୍ତ ଡାଟା ପାଇପାରିବେ। ଏହା ଫଳରେ ଅଡିଓ କିମ୍ବା ଭିଡିଓ ଦେଖୁଥିବା ସମୟରେ ତାହା ଅଟକିଯିବାର ସମ୍ଭାବନା ବହୁତ କମ। ଏହି ଆପ କୌଣସି ବ୍ୟକ୍ତିଗତ ତଥ୍ୟ ରେକର୍ଡ କରେ ନାହିଁ ବୋଲି ଫେସବୁକ କହିଛି।

Comments are closed.