ସାରା ବିଶ୍ବରେ ଫେସବୁକ୍,ଇନଷ୍ଟାଗ୍ରାମର ସର୍ଭର ହେଲା ଡାଉନ୍

ନୂଆଦିଲ୍ଲୀ:ସାରା ବିଶ୍ବରେ ସାମାଜିକ ଗଣମାଧ୍ୟମ ଫେସବୁକ ଏବଂ ଇନଷ୍ଟାଗ୍ରାମର ସର୍ଭର ଡାଉନ ହୋଇଯାଇଛି। ଯାହା ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫେସବୁକରେ କୌଣସି ପ୍ରକାର ପୋଷ୍ଟ କରି ହେଉନାହିଁ। ଏହି ସମାନ ସ୍ଥିତି ଇନଷ୍ଟାଗ୍ରାମରେ ମଧ୍ୟ ପରିଲକ୍ଷିତ ହୋଇଛି। ଗୁରୁବାର ସଂଧ୍ୟା ୭.୧୫ରେ ଏହି ସମସ୍ୟା ପରିଲକ୍ଷିତ ହୋବା ଆରମ୍ଭ କରିଥିଲା। ଏହାପରେ ପରେ ଟ୍ବିଟରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ଡାଇନ ଖବର ପ୍ରଚାରିତ ହୋଇଥିଲା। ଲୋକମାନେ ଟ୍ବିଟରରେ #Facebookdown, #instagramdown ଲେଖି ପୋଷ୍ଟ କରିବାକୁ ଲାଗିଛନ୍ତି। କେତେକ ଉପଭୋକ୍ତାଙ୍କର Sorry, something went wrong ଆସୁଥିବା ବେଳେ କେତେକ ଉପଭୋକ୍ତାଙ୍କର ଫେସବୁକ୍ ପେଜ୍ ଲଗଆଉଟ୍ ହେଉନାହିଁ। ଆଉକେତେକଙ୍କର ଫେସବୁକ ଆପେ ଆପେ ଲଗ୍ ଆଉଟ୍ ହୋଇଯାଉଛି। କିନ୍ତୁ ଏହାର କୌଣସି ପ୍ରଭାବ ହ୍ବାଟ୍ସଆପ୍ ଉପରେ ପଡିନାହିଁ।
ଫେସବୁକ ଏବଂ ଇନଷ୍ଟାଗ୍ରାମର ସର୍ଭର ଡାଉନ ହେବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କମ୍ପାନି ପକ୍ଷରୁ କୌଣସି ପ୍ରକାର ସ୍ପଷ୍ଟିକରଣ  ଦିଆଯାଇନାହିଁ। ରିପୋର୍ଟ ଅନୁସାରେ ଫେସବୁକ ଏବଂ ଇନଷ୍ଟାଗ୍ରାମର ସର୍ଭର ଡାଉନର ସବୁଠୁ ଅଧିକ ପ୍ରଭାବ ଭାରତ ସମେତ ଡେନମାର୍କ,ଜର୍ମାନୀ,ଇଂଲଣ୍ଡର ଉପଭୋକ୍ତା ଉପରେ ପଡିଛି। ଏଠାରେ ସୂଚନାଯୋଗ୍ୟ ଏହା ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ସର୍ଭର ଡାଉନ୍ ପ୍ରଥମ ଥରପାଇଁ ହୋଇନାହିଁ।ଏହା ପୂର୍ବରୁ ବହୁତ ଥର ଅଚାନକ ଏମିତି ଫେସବୁକ ଏବଂ ଏହାର ସହଯୋଗି କମ୍ପାନିର ସର୍ଭର ଡାଉନ୍ ହୋଇଥିଲା। ଫେସବୁକ ଏଥିପାଇଁ ନିଜକୁ ଦାୟୀ କରିଥିଲା।

Comments are closed.