ସାବଧାନ! ସାମସଙ୍ଗ୍‍ ଫୋନ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରୁଛି ଫେସବୁକ

0

କେମ୍ବ୍ରିିଜ୍‍ ଆନାଲିକା ଦ୍ୱାରା ଡାଟା ଲିକ୍‍ ହେବା ପରେ ଫେସବୁକ୍‍ ଉପରେ ଦୁନିଆର ସମସ୍ତ ଲୋକଙ୍କ ନଜର ରହିଛି। ଡାଟା ଲିକ୍‍ ହେବାପରେ ଫେସବୁକ୍‍ ନିଜର ସୁରକ୍ଷା ଓ ଘରୋଇ ନୀତି ବଦଳାଇଛି। ହେଲେ ଚିନ୍ତାର ବିଷୟ ହେଉଛି ତଥ୍ୟ ଚୋରି କମିବାର ନା ନେଉନି। ଏବେ ଖବର ଆସୁଛି ଫେସବୁକ୍‍ ସାମସଙ୍ଗ ଗ୍ୟଲେକ୍ସି ଫୋନ ବ୍ୟବହାରକାରୀଙ୍କର ତଥ୍ୟ ସଂଗ୍ରହ କରୁଛି। ସାମସଙ୍ଗ୍‍ ଗ୍ୟାଲେକ୍ସି ଫୋନ୍‍ରେ ଆଣ୍ଡ୍ରୋଏଡ୍‍ ଓରିୟୋ ୮.୦ ଅପଡେଟ୍‍ ଆସିବା ପରେ ଏହା ଜଣାପଡିଛି। ଅପଡେଟ୍‍ ପରେ ସାମସଙ୍ଗ୍ ନିଜର ଫୋନରେ ଏକ ଫିଚର ଦେଇଛି। ଏହା ସାହାଯ୍ୟରେ ଯେତେବେଳେ କୌଣସି ଆପ୍‍ ୟୁଜରସ୍‍ର ଲୋକେସନ୍‍ , କ୍ୟାମେରା ଏବଂ ମାଇକ୍ରୋଫୋନକୁ ଆସେସ୍‍ କରିବେ ତତ୍‍କ୍ଷଣାତ ଆପଣଙ୍କ ପାଖକୁ ନୋଟିଫିକେସନ୍‍ ଆସିଯିବ। ସାମସଙ୍ଗ୍‍ର ଏହି ଫିଚର ବହୁତ ଲାଭଦାୟକ କିନ୍ତୁ କିଛି ଗ୍ରାହକ ଅଭିଯୋଗ କରୁଛନ୍ତି ଯେ ଆପ୍‍ ପରମିସନ୍‍ ମନିଟର ସେକସନ୍‍ରେ ଫେସବୁକ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆପ୍‍, ଯେମିତକିି ଫେସବୁକ, ଫେସବୁକ ମେସେଞ୍ଜର, ଇନଷ୍ଟାଗ୍ରାମ ଆଦି ଦେଖାଯାଉନାହିଁ। କିଛି ଲୋକ ଏହା ସାମସଙ୍ଗ୍‍ ଗ୍ୟଲେକ୍ସି ଏକ୍ସ-୯ ରେ ପରୀକ୍ଷା କରିଛନ୍ତି। ଯେଉଁଥିରୁ ଜଣାପଡିଛି କି ଫେସବୁକ୍‍ ଆପ୍ ଏଥିରେ ଦେଖାଯାଉନାହିଁ। ବିଶେଷକଥା ହେଉଛି ହ୍ୱାଟ୍ସଆପ ମଧ୍ୟ ପରମିସନ୍‍ ମନିଟରରେ ଦେଖାଯାଉନାହିଁ।
ଯଦି ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ସାମସଙ୍ଗ ଗ୍ୟାଲେକ୍ସି ଫୋନର ଆପଲିକେଶନ ପରମିସନ୍‍ ମନିଟର ସେକ୍‍ସନ୍‍ ରେ ଫେସବୁକ ଆପ ଦେଖାଯାଉଛି କି ନାହିଁ । ତେବେ ଏହା ଅନୁସରଣ କରିବା ଆବଶ୍ୟକ । ସେଟିଙ୍ଗ୍‍ > ଲକ୍‍ ସ୍ମ୍ରିନ୍‍ ଏବଂ ସିକ୍ୟୁରିଟି > ଆପ୍‍ ପରମିସନ୍‍ ମନିଟର ।

Leave A Reply