MEllora 950×100

ତ୍ୱଚା ପାଇଁ କିଛି ସରଳ ଉପାୟ..

ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ, ବେସନ, ସରକୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ।
ରାତିରେ ଶୋଇବା ପୂର୍ବରୁ ମହୁ, ସର, ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖି ମୁହଁ ଧୋଇ ଦିଅନ୍ତୁ।
ଏଲୋବେରା ଜେଲରେ ଭିଟାମିନ ଇ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ।
ବାଦାମକୁ ବତୁରାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ସର ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
୧ ଚାମଚ ମସୁର ଡ଼ାଲିର ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ସର ମିଶାଇ ସମ୍ପୂର୍ଣ୍ଣ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖି ଧୋଇ ଦିଅନ୍ତୁ।
ଚିନି ଓ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାଇ ସ୍କ୍ରବ କରନ୍ତୁ। ଏହାପରେ ମୁହଁ ଧୋଇ , ସର ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
ଟମାଟୋ ରସ, ବେସନ, ସରକୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖି ମୁହଁ ଧୋଇ ଦିଅନ୍ତୁ।
ଏହି ସମସ୍ତ ଫେସ ପ୍ୟାକ ଲଗାଇବା ପରେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

Comments are closed.