ତ୍ୱଚା ପାଇଁ ୩ଟି ସରଳ ଉପାୟ

ଶୀତଦିନେ ତ୍ୱଚା ସାଧାରଣତଃ ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ । ଏହାସହ କିଛି ଘରୋଇ ଚମକôାରୀ ଫେସିଆଲ୍‌ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ଜାଣନ୍ତୁ..
ମହୁ,ଚାଉଳ ଗୁଣ୍ଡ,ଆଳୁ,ପଇଡ ପାଣି,କମଳା ଚୋପା ଗୁଣ୍ଡ ଆଦିକୁ ବ୍ୟବହାର କରି ତ୍ୱଚାର ଚମକ ଦ୍ୱିଗୁଣିତ କରିପାରିବେ । ଏସବୁ ମିଶାଇ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।
ଫେସିଆଲ୍‌ କରିବା ପାଇଁ କଦଳୀ,ଅମୃତଭଣ୍ଡା,ଅଲିଭ ଅଏଲ୍‌,ଷ୍ଟ୍ରବେରୀ ମଧ୍ୟ ସାମିଲ କରନ୍ତୁ ।
ପ୍ରଥମେ ତ୍ୱଚାକୁ ଧୋଇବା ପରେ ଆଳୁ ଖଣ୍ଡ ନେଇ ତ୍ୱଚାକୁ ମାଲିସ କରନ୍ତୁ ।
ଏହାପରେ ଅମୃତଭଣ୍ଡା,ଚାଉଳ ଗୁଣ୍ଡକୁ ମିଶାଇ ଏହାକୁ ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।
ଏହାପରେ ଗ୍ରୀନଟିରୁ ପ୍ରସ୍ତୁତ ପ୍ରାକୃତିକ ଟୋନର୍‌କୁ ବ୍ୟବହାର କରି ମୁହଁରେ ଷ୍ଟ୍ରିମ୍‌ ନେବା ପରେ ବରଫରେ ହାଲକା ମାଲିସ କରନ୍ତୁ ।
ମହୁ,କଦଳୀ,କମଳା ଚୋପା ଗୁଣ୍ଡ,ପଇଡ ପାଣିର ମିଶ୍ରଣକୁ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ ।
ସେହିଭଳି ଷ୍ଟ୍ରବେରୀ, ମହୁ, ଚାଉଳ ଗୁଣ୍ଡର ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁ ପାଇଁ ବେଶ୍‌ ଲାଭଦାୟକ । ଏହାକୁ ମଧ୍ୟ ବ୍ୟବହାର କରନ୍ତୁ । ନିଜେ ଏହାର ଚମକôାରିତା ଅନୁଭବ କରିବେ ।

 

Comments are closed.