ତ୍ୱଚା ପାଇଁ ବେସନ ସହ କରନ୍ତୁ ଏହି ସମସ୍ତ ଦ୍ରବ୍ୟର ବ୍ୟବହାର

ବେସନର ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଯେପରି ସୁଆଦିଆ ଲଗେ। ତ୍ୱଚା ପାଇଁ ଏହାର କିଛି ଏଭଳି ବ୍ୟବହାର ରହିଛି ଯାହାକୁ ଆପଣେଇବା ଦ୍ୱାରା ମୁହଁର ବହୁ ସମସ୍ୟା ଦୂର ହୋଇଥାଏ। ମୁହଁରେ ଥିବା ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା ପଡ଼ିବା ଏହା ମୁହଁର ପ୍ରଧାନ ସମସ୍ୟା। ଏହି ସବୁ କାରଣରୁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। କିଛି ସହଜ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସୁନ୍ଦର ମଧ୍ୟ ବଜାୟ ରଖିପାରିବା। ମୁହଁ ପାଇଁ ବେସନ ଖୁବ ଉପକାରୀ। ଏଥିରେ ଭିଟାମିନ ଏ, ମିନେରାଲସ ରହିଛି ଯାହା ଆଖି ତଳେ ଥିବା କଳା ଦାଗ ସହ ମୁହଁର ବିଭିନ୍ନ ଦାଗକୁ ମଧ୍ୟ ଦୂର କରିଥାଏ। ମୁହଁକୁ ଉଜ୍ୱଳ ଓ ସୁନ୍ଦର କରିଥାଏ। ଜାଣନ୍ତୁ , ମୁହଁ ପାଇଁ କିପରି ବେସନର ବ୍ୟବହାର କରିବେ….
ବେସନ , କ୍ଷୀର ଓ ଦହି –
ଶୀତଦିନେ ସାଧାରଣତଃ ମୁହଁ ଶୁଷ୍କ ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।
ଟମାଟୋ ରସ ଓ ବେସନ –
ଟମାଟୋରେ ଆଣ୍ଟି ଅକ୍ସାଇଡ଼ ରହିଥାଏ। ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।

Comments are closed.