ଚାଉଳରେ ଲୁଚି ରହିଛି ଉଜ୍ୱଳ ତ୍ୱଚାର ରହସ୍ୟ, ଜାଣନ୍ତୁ କିଭଳି କରିବେ ବ୍ୟବହାର

0

ଧୂଳି-ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚାର ଚମକ ହ୍ରାସ ପାଇଥାଏ। ଘରୋଇ ଉପାୟରେ ପ୍ରସ୍ତୁତ କେତେକ ଫେସ ପ୍ୟାକକୁ ବ୍ୟହାର କରି ମୁହଁର ଚମକକୁ ବୃଦ୍ଧି କରିବା ସହ ଉଜ୍ୱଳ ମଧ୍ୟ କରିପାରିବା। ଜାଣନ୍ତୁ ଏ ବିଷୟରେ….
ଚାଉଳ ଓ କଞ୍ଚା କ୍ଷୀର –
କିଛି ଅରୁଆ ଚାଉଳକୁ ୩ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଏହି ଚାଉଳକୁ ଛାଣି ଏଥିରେ କିଛି କଞ୍ଚା କ୍ଷୀର ମିଶାଇ ପେଷି ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୧ ଘଣ୍ଟା ରଖନ୍ତୁ। ଏହାପରେ କିଛି ସମୟ ଧିରେ ଧିରେ ମାଲିସ କରି ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୩ଥର ଏହାକୁ ଲଗାଇଲେ ମୁହଁ ଗୋରା ଓ ସୁନ୍ଦର ହୋଇଥାଏ।
ଚାଉଳ ଗୁଣ୍ଡ, ମହୁ ଓ ଲେମ୍ବୁ –
୩ ରୁ ୪ ଚାମଚ ଚାଉଳକୁ କିଛି ସମୟ ବତୁରାଇ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏହି ପେଷ୍ଟରେ କିଛି ମହୁ, ଲେମ୍ବୁ ରସ ମିଶାଇ ଦିଅନ୍ତୁ। ମିଶାଇବା ପରେ ଏହାକୁ ମୁହଁରେ ଲଗାଇ ୩୦ ମିନିଟ ରଖନ୍ତୁ। ୫ ମିନିଟ ମୁହଁକୁ ମାଲିସ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ପରେ ନିଜେ ଏହାର ଚତ୍ମକାରିତା ଅନୁଭବ କରିବେ।
ଚାଉଳ ଗୁଣ୍ଡ ଓ ଦହି –
ଚାଉଳରେ ଭିଟାମିନ ଓ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ତ୍ୱଚା ପାଇଁ ଖୁବ ଲାଭଦାୟକ। ଚାଉଳକୁ ପେଷି ଏଥିରେ ଅଳ୍ପ ଦହି ଓ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଦାଗ ଦୂର ହେବା ସହ ଉଜ୍ୱଳ ହୋଇଥାଏ।

Leave A Reply