ସୁନ୍ଦରତା ବଜାୟ ରଖେ ଏହି ସରଳ ଉପାୟ

ମୁଲତାନି ମାଟି:
ମୁଲତାନି ମାଟିରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ । ତାପରେ ତାକୁ ୩୦ମିନିଟ ପର୍ୟ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ୩୦ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ମୁଲତାନି ମାଟିରେ ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଥାଏ ଯାହା ମୁହଁରୁ ମୃତ କୋଷକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
ଚନ୍ଦନ ପାଉଡ଼ର ଓ ଗୋଲାପ ଜଳ: ଗୋଟିଏ ପାତ୍ରରେ ଚନ୍ଦନ ପାଉଡ଼ର ନିଅନ୍ତୁ । ସେଥିରେ ଅଳ୍ପ ଗୋଲାପ ଜଳ ପକାଇ ମିଶାନ୍ତୁ । ତାପରେ ୧ଛୋଟ ଚାମଚ ହଳଦି ପକାଇ ଭଲ ଭାବରେ ମିଶାନ୍ତୁ । ମିଶ୍ରଣକୁ ୧୫ମିନିଟ ପର୍ୟ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ତାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।
ଗୋଲାପ ଜଳରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ।
ଦହି, ବେସନ ଓ ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଓ ବେକରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।
ବରଫ ଟ୍ରେରେ ଗୋଲାପ ଜଳ ରଖି ଏହାକୁ ବରଫ ଆକୃତିର କରି ମୁହଁରେ ଲଗାନ୍ତୁ। ଏହା ବ୍ରଣ ସମସ୍ୟା ଦୂର କରିବା ସହ ଚମକ ବୃଦ୍ଧି କରିଥାଏ।
ଗୋଲାପ ଜଳରେ ଦହି ମିଶାଇ ଲଗାଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।

Comments are closed.