ଗ୍ଲିସରିନ ସହିତ ଗୋଲାପ ଜଳର ବ୍ୟବହାର

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଏହା ଶୁଷ୍କ ହେବା ସହ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଶୀତଦିନେ ଗ୍ଲିସରିନ ଓ ଗୋଲାପ ଜଳକୁ ମିଶାଇ ଏହାକୁ ବ୍ୟବହାର କରନ୍ତୁ। ତ୍ୱଚା କୋମଳ ରହିବା ସହ ଭାଙ୍ଗ ପଡିବ ନାହିଁ।
ଆସନ୍ତୁ ଜାଣିବା ଗ୍ଲିସରିନ ଏବଂ ଗୋଲାପ ଜଳ ପ୍ରୟୋଗ କରିବାର ଲାଭ –

ଗ୍ଲିସରିନ ସହିତ ଗୋଲାପ ଜଳର ମିଶ୍ରଣ ତ୍ୱଚାକୁ ଚମକାଇଥାଏ । ଶୋଇବା ସମୟରେ ଆପଣଙ୍କ ତ୍ୱଚାରେ ଗ୍ଲିସରିନ  ଏବଂ ଗୋଲାପ ଜଳ ପ୍ରୟୋଗ କରନ୍ତୁ । ସକାଳେ ତ୍ୱଚା କୋମଳ ଏବଂ ନରମ ହୋଇଯିବ ।ଏହାର ବ୍ୟବହାର ତ୍ୱଚାକୁ ସତେଜ ରଖିଥାଏ।

ଗ୍ଲିସରିନ ସହିତ ଗୋଲାପ ଜଳର ମିଶ୍ରଣ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିରେ ସାହାଯ୍ୟ କରେ । ଗୋଲାପ ଜଳର ଆଣ୍ଟି-ଏଜିଂ ଗୁଣ ରହିଛି ଏବଂ ଗ୍ଲିସରିନର ବ୍ୟବହାର ଆପଣଙ୍କ କୁଞ୍ଚନକୁ ହ୍ରାସ କରିପାରେ ।

ଗ୍ଲିସରିନ ଏବଂ ଗୋଲାପ ଜଳର ମିଶ୍ରଣ ରାତିରେ ବ୍ୟବହାର ଆପଣଙ୍କ ତ୍ୱଚାକୁ ଶୀତର ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା କରିଥାଏ, ଏବଂ ତ୍ୱଚାକୁ ତେଲିଆ ରଖେ।

Comments are closed.