ତ୍ୱଚାର ସୁନ୍ଦରତା ପାଇଁ କିଛି ସରଳ ଉପାୟ

ସ୍କ୍ରବ କରନ୍ତୁ –
ବହୁ ସମୟରେ ମୁହଁରେ ଅପରିଷ୍କାର ପଦାର୍ଥ ଜମି ଯାଇଥାଏ। ତେଣୁ ନିୟମିତ ଫେସୱାସ ବ୍ୟବହାର କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ସପ୍ତାହକୁ ଥରେ ନିଶ୍ଚୟ ସ୍କ୍ରବ କରନ୍ତୁ।
ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର –
ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ମୁହଁ ସଫା ରହିଥାଏ।
କୋଷ୍ଠକାଠିନ୍ୟ ଜନିତ ସମସ୍ୟା –
କୋଷ୍ଠକାଠିନ୍ୟ ଜନିତ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟପଦାର୍ଥ ମଧ୍ୟ ଖାଆନ୍ତୁ ନାହିଁ। କାରଣ କୋଷ୍ଠକାଠିନ୍ୟ ସମସ୍ୟା ହେବା ଦ୍ୱାରା ବ୍ରଣ ଉଠିଥାଏ। ନିୟମିତ ଫଳ ଖାଆନ୍ତୁ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ହୋଇନଥାଏ। ପେଟ ସଫା ରହିଥାଏ।
ତେଲଯୁକ୍ତ ଖାଦ୍ୟ-
ଅଧିକ ତେଲ ଯୁକ୍ତ ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ। ଏହା ଛଡ଼ା ଆଇସକ୍ରିମ, କେକ , ପିଜ୍ଜା ଆଦି ଯେତେ କମ ପରିମାଣରେ ଖାଇବେ। ଏହି ସବୁ ଅଭ୍ୟାସ ବ୍ରଣ ହେବାର ମୁଖ୍ୟ କାରଣ ଅଟେ। ଚିନି ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।

Comments are closed.