ଫେସବୁକରେ ବିଜ୍ଞାପନ ୧୦କୋଟି ଟପିଲା

ନୂଆଦିଲ୍ଲୀ: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସାମାଜିକ ଗଣମାଧ୍ୟମରେ ପ୍ରଚାର ବଢିବାରେ ଲାଗିଛି। ବିଭିନ୍ନ ଦଳ ଓ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମକୁ ଅନ୍ୟତମ ପ୍ରଚାର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଏହି କ୍ରମରେ ଫେସବୁକ ଏହି ରାଜନୈତିକ ବିଜ୍ଞାପନ ବାବଦକୁ ୧୦କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। ରିପୋର୍ଟ ଅନୁଯାୟୀ ଫେବୃଆରୀ ଓ ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ଫେସବୁକ ୫୧ହଜାର ୮୧୦ଟି ରାଜନୈତିକ ବିଜ୍ଞାପନ ପାଇଛି। ଏହି ବିଜ୍ଞାପନ ବାବଦରେ ଫେସବୁକ୍‌କୁ ୧୦.୩୨ କୋଟି ଟଙ୍କା ମିଳିଛି।

Comments are closed.