ଫେସବୁକ୍‍ କର୍ତ୍ତୃପକ୍ଷଙ୍କ ସୂଚନା ଯୋଗୁଁ ବଞ୍ଚିଗଲା ନାବାଳିକାଙ୍କ ଜୀବନ

0

ଗୌହ୍ୱାଟୀ: ଫେସବୁକ୍‍ର ଆଗୁଆ ସୂଚନା ପରେ ଆସାମର ଜଣେ ନାବାଳିକାଙ୍କ ଜୀବନ ବଞ୍ଚିଯାଇଛି। ନାବାଳିକା ଜଣକ ଆତ୍ମହତ୍ୟା କରିବାକୁ ଯାଉଥିବା ଫେସ୍‍ବୁକ୍‍ର ଆମେରିକା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିବା ପରେ ଆସାମ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଛି।
ଆସାମ ପୁଲିସ ମହାନିର୍ଦେଶକ କୁଲାଧାର ସାଇକିଆଙ୍କ ସୂଚନା ଅନୁଯାୟୀ, ନାବାଳିକା ଜଣକ ଆତ୍ମହତ୍ୟା କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ। ଗତ ସୋମବାର ଏ ସମ୍ପର୍କରେ ଫେସ୍‍ବୁକ୍‍ କାର୍ଯ୍ୟାଳୟରୁ ପକ୍ଷରୁ ଆସାମ ପୁଲିସ ସହିତ ଯୋଗାଯୋଗ କରାଯାଇଥିଲା। ପୁଲିିସ ତତ୍‍କ୍ଷଣାତ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ କାଉନସେଲିଂ କରିଛି। ଫେସ୍‍ବୁକ୍‍ରୁ ଉକ୍ତ ପୋଷ୍ଟକୁ ହଟାଇବାକୁ ପୁଲିସ କହିଛି।
ଏହା ପୂର୍ବରୁ ମଧ୍ୟ ଫେସ୍‍ବୁକ୍‍ କର୍ତ୍ତୃପକ୍ଷଙ୍କ ତତ୍ପରତା ଓ ସତର୍କ ସୂଚନା ଯୋଗୁଁ ଜଣେ ନାବାଳକଙ୍କ ଜୀବନ ବଞ୍ଚି ଯାଇଥିଲା। ଗତ ଜାନୁଆରୀ ମାସରେ ଆଜାରାର ଜଣେ ନାବାଳକ ଆତ୍ମହକ୍ୟା ଉଦ୍ୟମ କରୁଥିବାର ଏକ ଭିଡିଓ ଫେସ୍‍ବୁକ୍‍ରେ ପୋଷ୍ଟ କରିଥିଲେ। ତାଙ୍କ ବାପା ମା’ ତାଙ୍କୁ ମହଙ୍ଗା ଡିଜିଟାଲ୍‍ କ୍ୟାମେରା ଦେବାକୁ ମନା କରୁଥିବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସେଥିରେ ଉଲ୍ଲେଖ କରିଥିଲେ। ନାବାଳକ ଜଣକ ତାଙ୍କ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟୁଥିବା ଭିଡିଓରେ ଦେଖାଯାଇଥିଲା। ଏ ସମ୍ପର୍କରେ ଫେସ୍‍ବୁକ୍‍ ପକ୍ଷରୁ ସୂଚନା ପାଇ ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ବଞ୍ଚାଇ ଥିଲା।

Leave A Reply