ଦେଓଗାଁ : ସିଲେଟକାନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ନାଇକେନସିରା ଚାମ୍ପିୟାନ

ଦେଓଗାଁ : ଦେଓଗାଁ ବ୍ଲକର ବଡବନ୍ଧ ସ୍ଥିତ ପୁର୍ଣ୍ଣ ଚନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ଗତ ୪ ଦିନ ଧରି  ସିଲେଟକାନି ଗାଁର ରୋୟାଲ ଷ୍ଟାର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୧୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସମରା ଓ ନାଇକେନଶିରା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ଉଭୟ ଗୋଟିଏ ଗୋଟିଏ ଗୋଲ ଦେଇ ମ୍ୟାଚ ଅମିମାଂସୀତ ରହିଥିବାରୁ ଟାଇବ୍ରେକର ସାହାଯ୍ୟ ନିଆଯାଇଥିଲା । ଏଥିରେ ନାଇକେନଶିରା ଦଳ ୫-୪ ଗୋଲ ବ୍ୟବଧାନରେ ଚମ୍ପିୟାନ ହୋଇଛି।
ଉଦଯାପନ ଦିନରେ ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ, ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହର ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ବଣ୍ଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଡବନ୍ଧ ସରପଞ୍ଚ ଧୁବଳେଶ୍ୱର ରାଉତ, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ଡା. ଶଶୀ ଭୁଷଣ ସାହୁ , ଯୁବ ନେତା ଶୈଳେନ୍ଦ୍ର ସାହୁ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଚୈତନ୍ୟ ପଟେଲ ଯୋଗ ଦେଇଥିଲେ ।  ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍କୋରର ଭାବେ ସୁଶାନ୍ତ ଭୋଇ (ସମରା), ଶ୍ରେଷ୍ଠ ଗୋଲ କିପର  ସଞ୍ଜନ୍ କୁଦେ଼ଇ (ନାଇକେନଶିରା) ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଅଜିତ ଭୋଇ (ସମରା) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଜିତୁ ମେହେର (ନାଇକେନଶିରା) ଙ୍କୁ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ଶଶୀ ବେହେରା ପରିଚାଳନା କରିଥିବା ବେଳେ ଜିତୁ ବଗର୍ତ୍ତୀ ଓ ରାକେଶ ଗଡ଼ତ୍ୟା ଲାଇନ ମ୍ୟାନ ଭାବେ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଦସ୍ୟ ଲାଷ୍ମୀକାନ୍ତ ମେହେର, ରାଜୁ ବେହେରା, ଭଗବାନ ବେହେରା, ରୀଙ୍କୁ ବେହେରା, ସୁଦାମ ଦୀପ, ଚନ୍ଦ୍ରମଣି ଦଣ୍ଡସେନା, ବିନୋଦ ନାଗ, ପ୍ରଦୀପ ଦୀପ, ସୁଦାମ ଦୀପ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.