ଚକ୍ଷୁର ଯତ୍ନ : ଆଳୁ ଗୋଲାପ ଜଳର ବ୍ୟବହାର

ଆଳୁର ବ୍ୟବହାର
ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ଆଖି ପାଇଁ ଖୁବ ଲାଭଦାୟକ ଅଟେ।
ଗୋଲାପ ଜଳ
ଆଖିରେ ବିଶେଷ କରି ଆଖିର ତଳ ଭାଗରେ ଗୋଲାପ ଜଳକୁ ତୁଳା ସାହାଯ୍ୟରେ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା, ଲାଲ ହେବା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।
କାକୁଡ଼ିର ବ୍ୟବହାର
କାକୁଡ଼ିରେ ପର୍ୟ୍ୟାପ୍ତ ପରିମାଣରେ ପାଣି ଥାଏ। ଏହାର ଆଖିର ଥକ୍କାପଣ ଦୂର କରିଥାଏ। ଆଖି ତଳର କଳା ଦାଗ ଦୂର କରିବା ସହ ଏହାର ସୌନ୍ଦର୍ୟ୍ୟ ବଢାଇଥାଏ। କାକୁଡ଼ିକୁ ଗୋଲ ଆକୃତିର ଦୁଇଫାଳ କାଟି ନିୟମତି ୧୫ ରୁ ୨୦ ମିନିଟ ଆଖି ଉପରେ ରଖନ୍ତୁ। ଆଖି ପାଇଁ ଏହା ଖୁବ ଲାଭଦାୟକ ।
ଲିଚୁର ବ୍ୟବହାର
ଲିଚୁ ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ଅଟେ। ସେପରି ଆଖି ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଆଖିର ଦାଗ ଦୂର କରିବା ସହ ଏହାର ଉଜ୍ଜ୍ୱଳତା ବଢାଇଥାଏ। ଏହାକୁ ଦୁଇଫାଳ କରି ଆଖିରେ ଲଗାଇ ୨୦ ରୁ ୩୦ ମିନିଟ ରଖିଲେ ଏହା ଆଖି ପାଇଁ ଖୁବ ଉପକାରୀ ହୋଇଥାଏ।

Comments are closed.