ବାଗଚି ଦମ୍ପତିଙ୍କ ସହାୟତାରେ ଯାଜପୁରରେ ଖୋଲିବ ଚକ୍ଷୁ ଚିକିତ୍ସାଳୟ

ଝୁମ୍ପୁରୀ/ଦଶରଥପୁର : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଓ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ ସହାୟତାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଣ୍ଡା ସାହିରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ନିର୍ମାଣ ଚାଲିଛି। ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବାର ସୂଚନା ମିଳିଛି ା ଏହି ଚିକିତ୍ସାଳୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ତିନି କୋଟି ଟଙ୍କା ବ୍ୟୟ କରାଯିବ। ତଳିହା ଗ୍ରାମର ହରିହର ପଣ୍ଡା ଓ ଶକୁନ୍ତଳା ପଣ୍ଡାଙ୍କ ସୁଯୋଗ୍ୟା କନ୍ୟା ସୁସ୍ମିତା I ଆଖପାଖରେ ଚକ୍ଷୁ ଚିକିତ୍ସାଳୟ ନଥିବାରୁ ଗରିବ ଲୋକମାନେ କଟକ, ଭୁବନେଶ୍ବର ଯାଇ ଚିକିତ୍ସା କରାଉଥିଲେ I ଏହାକୁ ଦୃଷ୍ଟିରେ ରଖି ବାଗଚି ଦମ୍ପତି ପଣ୍ଡା ସାହିରେ ପ୍ରାୟ ୩ ହଜାର ବର୍ଗ ଫୁଟ ଜାଗାରେ ଚାରି ମହଲା ବିଶିଷ୍ଟ ଅଟ୍ଟାଳିକାରେ ଚକ୍ଷୁ ଚିକିତ୍ସାଳୟ ଖୋଲିବେ I ଏହା କାର୍ଯ୍ୟକ୍ଷମ ହେଲେ ଯାଜପୁର, କେନ୍ଦ୍ରପଡା ଓ ଭଦ୍ରକ ଜିଲାର ଲୋକେ ଉପକୃତ ହେବେ I

Comments are closed.