ଜିଲ୍ଲା ବିଜେପି ସଭାପତି ସପତ୍ନୀକ ଚକ୍ଷୁ ଦାନ ପାଇଁ ଘୋଷଣା

ପାଟଣା : ରାଜ୍ୟ ଓ ଦେଶରେ ଅନେକ ନବଜାତ ଜନ୍ମରୁ ଦୃଷ୍ଟିହୀନ ଥାଆନ୍ତି। ଅନେକ ଲୋକ ଦୁର୍ଘଟଣାରେ ଚକ୍ଷୁ ହରାଇଥାନ୍ତି। ଦୃଷ୍ଟିହୀନଙ୍କ ଜୀବନ ବେଳେ ବେଳେ ଦୁର୍ବିସହ ହୋଇପଡେ। ଏଭଳି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ଏହି ପରିପ୍ରେକ୍ଷୀରେ ସାହାରପଡା ୩୦ ନମ୍ବର ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ତାଙ୍କ ଧର୍ମପତ୍ନୀ ଅନୀତା ବ୍ରହ୍ମ ଚକ୍ଷୁ ଦାନ ଅଭିଯାନରେ ସାମିଲ ହୋଇ ଚକ୍ଷୁ ଦାନ ପାଇଁ ଘୋଷଣା କରିଛନ୍ତି। ମୃତ୍ୟୁ ପରେ ସକ୍ଷମ ସଂଗଠନ ତାଙ୍କର ଚକ୍ଷୁ ସଂଗ୍ରହ କରିବା ବୋଲି ସଂଗଠନ ସହ ଲିଖିତ ଚୁକ୍ତିନାମା କରିଛନ୍ତି। ତାଙ୍କର ଏଭଳି ମହତ ଚିନ୍ତାଧାରାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି ।

Comments are closed.