ଚକ୍ଷୁ ପରୀକ୍ଷା ଶିବିର

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଶଙ୍କରପୁର ଗ୍ରାମରେ ଏକ ମେଗା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଶଙ୍କରପୁର ଜୟଦୂର୍ଗା କ୍ଲବ୍ ଓ ଉଦ୍ଧାର ଫାଉଣ୍ଡେସନ୍ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ଉଦଘାଟନ କରିଥିଲେ । ଭୁବନେଶ୍ୱରସ୍ଥିତ କେୟାର ନେତ୍ରମ୍ ସେଣ୍ଟରର ଡାକ୍ତର ଚନ୍ଦନା ମିଶ୍ର, ସୁଶାନ୍ତ କୁମାର ମଲ୍ଲ, ତାପସ୍ମିତା ରାଉତ ପ୍ରମୁଖ ଶିବିରରେ ୧୫୦ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ଥିଲେ । ସେଥି ମଧ୍ୟରୁ ୫୦ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ହସପିଟାଲକୁ ନିଆ ଯାଇଥିଲା । କ୍ଲବ୍ର ସୁନୀଲ ଚନ୍ଦ୍ର ରାଉତ, ବାମଦେବ ପ୍ରଧାନ, ରମେଶ କୁମାର ହାତୀ, ସରପଞ୍ଚ ସୁକାନ୍ତ ରାଉତ ଓ ଫାଉଣ୍ଡେସନ୍ର ସଭାପତି ନରୋତ୍ତମ ଦାସଙ୍କ ସମେତ ସମସ୍ତ ସଦସ୍ୟ ଶିବିର ପରିଚାଳନା କରିଥିଲେ ।

Comments are closed.