ଘରୋଇ ଉପାୟରେ ଏଭଳି ନିଅନ୍ତୁ ଆଖିର ଯତ୍ନ

ଆଖି ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆଖି ନଥିଲେ ଦୁନିଆ ଅନ୍ଧକାରମୟ। ତେଣୁ ଆଖି ପ୍ରତି ବିଶେଷ ଯତ୍ନବାନ୍‌ ହେବା ଆବଶ୍ୟକ। ଯଦି ଆପଣଙ୍କର କିଛି ଆଖି ସମସ୍ୟା ରହିଛି ତେବେ ତାହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କୁ ପରାମର୍ଶ କରିବା ସହ ଘରୋଇ ଉପାୟରେ ମଧ୍ୟ ଆଖିର ଯତ୍ନ ନେବା ଉଚିତ। ତେବେ ଆସନ୍ତୁ ଜାଣିବା ଆଖି ସମସ୍ୟାର କିଛି ଘରୋଇ ଉପଚାର ବିଷୟରେ –

-ନିଦ ପୂରା ହୋଇନଥିଲେ ବା ଅଧିକ କ୍ଲାନ୍ତି ଲାଗିଲେ ଆଖି ଲାଲ୍ ପଡ଼ିଯାଏ। ଏଭଳି ପରିସ୍ଥିତିରେ ଅଁଳା ପାଣିରେ ଆଖି ଧୋଇବା ବା ଗୋଲାପ ଜଳ ପକାଇବା ଲାଭଦାୟକ ହୋଇଥାଏ।

-ଆଖିରେ ଆଘାତ ଲାଗିବା, ଜ୍ୱଳନ ହେବା, ଲଙ୍କା ବା କୌଣସି କୀଟପତଙ୍ଗ ଯଦି ଆଖିରେ ପଡ଼ିଯାଆନ୍ତି, ତେବେ ଆଖି ଲାଲ୍ ହେବା ସ୍ବାଭାବିକ। କ୍ଷୀର ଗରମ କରି ସେଥିରେ ତୁଳା ଭିଜାଇ ଥଣ୍ଡା ହେବା ପରେ ଏହାକୁ ଆଖିରେ ରଖିଲେ ଲାଭ ମିଳିଥାଏ।

-ଆଖି ତଳେ କଳା ଦାଗ ପଡ଼ୁଥିଲେ, ସୋରିଷ ତେଲର ମାଲିସ୍ କରିବା ଦ୍ୱାରା ଲାଭ ମିଳିଥାଏ। ଏହାବ୍ୟତୀତ ଶୁଖିଲା ଅଁଳା ଏବଂ ମିଶ୍ରିକୁ ଚୂର୍ଣ୍ଣ କରି ସମାନ ମାତ୍ରାରେ ୧ ରୁ ୫ ଗ୍ରାମ୍ ସକାଳେ ଏବଂ ସନ୍ଧ୍ୟାରେ ପାଣି ସହିତ ପିଇଲେ ଉପକାରୀ ସାବ୍ୟସ୍ତ ହୋଇଥାଏ।

Comments are closed.