୯୩ ଲକ୍ଷ ଟଙ୍କାର ଲାଇବ୍ରେରୀ ପୁସ୍ତକ କିଣାରେ ବ୍ୟାପକ ଦୁର୍ନୀତି !

ଜିଲା ଶିକ୍ଷା ଅଧିକାରୀଙ୍କର ନାଁରେ ନବରଙ୍ଗପୁର ଥାନାରେ ଏତଲା

ନବରଙ୍ଗପୁର : ସରକାରୀ ନୀତି ନିୟମକୁ ଖିଲାଫ କରି ବ୍ୟାପକ ଦୁର୍ନୀତି କରି ବିଦ୍ୟାଳୟପାଇଁ  ୯୩.୨୨ ଲକ୍ଷ ଟଙ୍କାର ଲାଇବ୍ରେରୀ ପୁସ୍ତକ କିଣାରେ ବ୍ୟାପକ ଦୁର୍ନୀତ କରିଥିବା କରାଯାଇଥିବା ଅଭିଯୋଗ କରି  ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ ନାଁ ରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି। ଆଇନଜୀବୀ ମୃତୁଞୟ ମହାରଣା ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ଭେଟି ଏହି ଏତଲା ପ୍ରଦାନ କରିଛନ୍ତି। ଏହି ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଗୈାରୀଶଙ୍କର ମାଝୀ, ନଗର ସଭାପତି ପିଣ୍ଟୁ ମିଶ୍ର ଓ ସନାତନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଲା ଅନୁସାରେ ନବରଙ୍ଗପୁର ଜିଲାର  ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ  ଲାଇବ୍ରେରୀ(ପାଠାଗାର)କୁ ପୁସ୍ତକ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଅନୁଦାନ ଯୋଗାଇ ଦିଆଯାଇଥିଲା। ପୁସ୍ତକ କିଣାରେ ଚଞ୍ଚକତା କରାଯାଇ ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା। କଟକର ‘କାହାଣୀ’ ପ୍ରକାଶକ ପକ୍ଷରୁ  ଜିଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କର ନିକଟରେ ଅଭିଯୋଗ ହେବା ପରେ ଜିଲାପାଳଙ୍କର ନିର୍ଦ୍ଦେଶକ୍ରମେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ ରିପୋର୍ଟ ପ୍ରକାରେ ଜିଲା ଶିକ୍ଷା ଅଧିକାରୀ ବ୍ୟାପକ ଅନୀୟମିତା ଓ ଦୁର୍ନୀତି କରିଥିବା ଉଲ୍ଲେଖ କରାଯାଇଥିବାବେଳେ ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଇନଜୀବୀ ଶ୍ରୀମହାରଣା  ନବରଙ୍ଗପୁର ଜିଲା ଶିକ୍ଷା ଅଧିକାରୀଙ୍କ ନାଁରେ ନବରଙ୍ଗପୁର ଥାନାରେ ଏତଲା ଦେବା ସହ ଏସପି ଭିଜିଲାନ୍ସ , ଜୟପୁର, କେରାପୁଟ,  ୫-ଟି ସଚିବ ଓ  ଓଡିଶା ଲୋକାୟୁକ୍ତଙ୍କୁ ମଧ୍ୟ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି।

ନବରଙ୍ଗପୁର ଜିଲାର ବିଦ୍ୟାଳୟମାନଙ୍କୁ ପୁସ୍ତକ କିଣି ଯୋଗାଇବା ପାଇଁ ୧୮.୨୨୦୧୯ରେ ରାଜ୍ୟ ସରକାରଙ୍କର ଠାରୁ ୧୯ ଲକ୍ଷ ୧୦ ହଜାର ଓ ୭୪ ଲକ୍ଷ୧୨ହଜାର ଟଙ୍କା ମିଶି ମୋଟ ୯୩.୨୨ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆସିଥିଲା। ଜିଲାର  ୧୭୦ ଉଚ୍ଚବିଦ୍ୟାଳୟ ଓ ୧୭୩୦ ପ୍ରାଥମକ ବିଦ୍ୟାଳୟ ପାଇଁ ପୁସ୍ତକ ଯୋଗାଇବାକୁ ଅନୁଦାନ ଆସିଥିଲା। ୧୮.୨.୨୦୧୯ରେ ଚିଠି ନମ୍ବର ୧୪୯୦/୧୯  ଅନୁଯାଇ ଅତିରିକ୍ତ ନିର୍ଦ୍ଦେଶକ ଯୋଜନା, ଓଏସଇପିଏଙ୍କ ନିର୍ଦ୍ଦେଶ ଅନୁଯାଇ ଜିଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ନିୟମ ରହିଥିଲା।  କିମିଟିର ନିଷ୍ପତ୍ତି ପରେ ଜିଲାପାଳଙ୍କ ଅନୁମୋଦନ ଆବଶ୍ୟକ ରହିଛି  ଓ  ଗାଇଡ୍‍ଲାଇନ ପ୍ରକାରେ ଏହି ବହି ଗୁଡିକ ଏନସିଆରଟି, ଏନବିଟି ଓ ରାଜ୍ୟ ସରକାରଙ୍କ ପ୍ରକାଶନ ସଂସ୍ଥା ଓ ଏସସିଆରଟି ଠାରୁ କିଣା ଯିବାକୁ ନିର୍ଦ୍ଦେଶ ରହିଥିଲା। କୌଣସି ଘରୋଇ ପ୍ରକାଶସନ ସଂସ୍ଥାରୁ କିଣିବାପାଇଁ କୌଣସି ଅନୁମତି ନାହିଁ। ଛତିଶଗଡ ରାଜ୍ୟରେ ଏନସିଆରଟି, ଏନବିଟି ଓ ରାଜ୍ୟ ସରକାରଙ୍କ ପ୍ରକାଶନସନ ସଂସ୍ଥା ଠାରୁ ବହି କିଣାଯିବା ନିୟମ ରହିଛି। ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ସ୍ୱାଇଁ ପୁସ୍ତକ କ୍ରୟ କମିଟିର ସଦସ୍ୟ ରହିଛନ୍ତି। ତେବେ ଛତିଶଗଡ ସରକାର ଭଳି ଓଡିଶାରେ ବହି କିଣା ଯିବାରେ କୌଣସି ନିୟମ ରଖାଯାଇନାହିଁ।  ୨୧.୧୦୨୦୧୯ ତାରିଖରେ କମିଟିର ନିଷ୍ପତ୍ତି ପ୍ରକାରେ ମନୋନୀତ ୪୯୭ଟି ପୁସ୍ତକ ଘରୋଇ ପ୍ରକାଶନ ସଂସ୍ଥାରୁ  ପୁସ୍ତକ କିଣାଯାଇଛି। ତେବେ ଜିଲାପାଳଙ୍କୁ ଅନ୍ଧାରରେ ରଖି  ଓଏସଇପିଏ ଗାଇଡଲାଇନର ଖିଲାଫ କରାଯାଇଛି। ତେବେ ଏନସିଇଆରଟି, ଏନବିଟି ଓ ରାଜ୍ୟ ସରକାରଙ୍କ ପ୍ରକାଶନସନ ସଂସ୍ଥା ଓ ଏସସିଇଆରଟି ସଂସ୍ଥାକୁ ଯୋଗାଯୋଗ କରାନଯାଇ ପୁସ୍ତକ ଗୁଡିକ କିଣାଯାଇଛି। ମୋଟ ୯୩ ଲକ୍ଷ ୨୨ ହଜାର ଟଙ୍କାର ପୁସ୍ତକ କିଣାର ଅନିୟମିତତା କରାଯାଇ ଚଞ୍ଚକତା କରି ପୁସ୍ତକ କିଣାଯାଇଛି। ତେବେ ପୁସ୍ତକ କିଣିବା ପାଇଁ ଟେଣ୍ଡର କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯାଇ ନାହିଁ। ଜିଲା ଶିକ୍ଷା ଅଧିକାରୀଙ୍କ ସମେତ ପୁସ୍ତକ କ୍ରୟ କମିଟି ଏହି ଅନିୟମିତତାରେ ସମ୍ପୂର୍ଣ୍ଣ ଭାବେ ଦାୟି ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଗତ  ୧୪.୧୦.୨୦୨୦ ତାରିଖରେ ଜିଲାପାଳଙ୍କୁ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଇତି ମଧ୍ୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ କୈଫତ ମଗାଯାଇଥିଲା। କୈଫତର ଉତ୍ତର ସନ୍ତୋଷଜନକ ଭାବେ  ଦେଇନଥିଲେ। ଏସଂପର୍କରେ ଚିଠି ନମ୍ବର ୫୩୮୭, ତା ୨୦.୮.୨୦୨୦ ତାରିଖ ଦିନ ପୁର୍ନବାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଜିଲାଶିକ୍ଷା ଅଧିକାରୀଙ୍କୁ କୈଫତ ମଗାଯାଇଥିଲେ ମଧ୍ୟ ସଠିକ ଉତ୍ତର ଦେଇ ପାରିନଥିଲେ। ତେଣୁ ପୁସ୍ତକ କିଣାରେ ଅନିୟମିତତା ହୋଇଥିବାସ୍ପଷ୍ଟ ହୋଇଥିବା ଜଣାପଡୁଥିବା  ଦର୍ଶାଇଛନ୍ତି। ଏତଲା ସହିତ  ଆରଟିଆଇରେ ମିଳିଥିବା ସମସ୍ତ ଅନୀୟମିତତାର ତଦନ୍ତ ରିପୋର୍ଟ ଓ ତଥ୍ୟ ସଂଲଗ୍ନ କରାଯାଇଛି। ତେବେ ଏହାକୁ ନେଇ ଜିଲା ଶିକ୍ଷା ବିଭାଗରେ ଚର୍ଚ୍ଚା ଜୋର ଧରିଛି।

Comments are closed.