ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ

0

ରାୟଗଡା : ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ରେଳ ଧାରଣାରେ ଫାଟ ଦେଖିବା ପରେ ସିଗ୍‌ନାଲ ମ୍ୟାନ ଟ୍ରେନଟିକୁ ଅଟକାଇ ଥଲେ। ରେଳ ଧାରଣା ମରାମତି କରିବା ପରେ ଘଣ୍ଟାଏ ବିଳମ୍ବରେ ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି। ମଙ୍ଗଳବାର ସକାଳ ୬ଟା ବେଳେ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସକୁ ସିଙ୍ଗାପୁର ରୋଡ ଷ୍ଟେସନରେ ଅଟକାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲା ସିଙ୍ଗାପୁର ରୋଡ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ଦେଖାଯାଇଥିଲା। ଟ୍ରାକ ନିକଟରେ ଥିବା ସିଗନାଲ ମ୍ୟାନ୍‌ ଏହାକୁ ଦେଖି ସତର୍କ ସୂଚନା ଦେଇଥିଲେ। ଫଳରେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।

Leave A Reply