କମ୍ପିଲା କାବୁଲ: ରୁଷ୍‌ ଦୂତାବାସ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ୨ ରୁଷ୍ ରାଷ୍ଟ୍ରଦୂତଙ୍କ ସମେତ ୨୦ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ପୁଣି ଥରେ ବିସ୍ଫୋରଣରେ ଥରି ଉଠିଛି। ଏଥର ବିସ୍ଫୋରଣ ରୁଷର ଦୂତାବାସ ନିକଟରେ ହୋଇଛି। ଏଥିରେ ରୁଷର ୨ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ଦୂତାବାସ ଫାଟକ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଛି। ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଏହି ବିସ୍ଫୋରଣ କରାଯାଇଛି। କୁହାଯାଉଛି ଯେ, ଦୂତାବାସ ବାହାରେ କାର୍ଯ୍ୟରତ ତାଲିବାନ ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଚିହ୍ନି ଦେଇଥିଲେ। ସେମାନେ ତାକୁ ଗୁଳି ମଧ୍ୟ କରିଥିଲେ। କିନ୍ତୁ ହଠାତ୍ ବିସ୍ଫୋରଣ ହୋଇଥିଲା।

 

Comments are closed.