ହାଫିଜ ସଇଦ ଘର ନିକଟରେ ବଡଧରଣର ବିସ୍ଫୋରଣ; ୨ ମୃତ, ୧୬ ଗୁରୁତର

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଏଠାରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ବିସ୍ଫୋରଣ ପ୍ରଭାବରେ ନିକଟରେ ଥିବା ଘରଗୁଡିକର କାଚ ଝରକାଗୁଡିକ ଭାଙ୍ଗି ଏଣେତେଲେ ପଡିଥିଲା । ତାହାସହିତ ବିସ୍ଫୋରଣ ସ୍ଥଳ ଅତି ନିକଟରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ବିସ୍ଫୋରଣ ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଜଣେ ଅଜ୍ଞାତ ବ୍ୟକ୍ତି ସେଠାରେ ଏକ ମୋଟରସାଇକେଲ ରଖି ଚାଲିଯିବା ପରେ ସେଠାରେ ବିସ୍ଫୋରଣ ଘଟିଥିଲା ।

Comments are closed.