ପାକିସ୍ତାନରେ ବିସ୍ଫୋରଣ, ୨ ପୁଲିସ କର୍ମଚାରୀଙ୍କ ସମେତ ୧୦ ମୃତ

କ୍ଵେଟା: ପାକିସ୍ତାନର ଦକ୍ଷିଣ ପଶ୍ଚିମାଞ୍ଚଳରେ ଥିବା ବାଲୁଚିସ୍ତାନର ରାଜଧାନୀ କ୍ଵେଟା ସହରରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ଏକ ପୁଲିସ ଗାଡ଼ିକୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ସହରଟି ଆଫଗାନିସ୍ତାନ ଏବଂ ଇରାନ ସୀମାକୁ ଲାଗିଛି। ବିସ୍ଫୋରଣରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୧୦ଟି ମୃତଦେହ ଉଦ୍ଧାର ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Comments are closed.