ବାଂଲାଦେଶ : ଢାକାରେ ମସଜିଦରେ ବିସ୍ଫୋରଣ, ୧୨ ମୃତ,୨୫ ଆହତ

ଢାକା : ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଏକ ମସଜିଦରେ ଶନିବାର ଏସି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ସଂପର୍କରେ ସୂଚନା ପ୍ରଦାନ କରି ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି ଯେ ମସଜିଦରେ ଏକ ଗ୍ୟାସ୍ ଲିକ୍ ସହିତ ଏକାସାଙ୍ଗରେ ୬ଟି ଏୟାର କଣ୍ଡିସନର ବିସ୍ଫୋରଣରେ ଜଣେ ଶିଶୁ ସମେତ ଅତି କମରେ ନମାଜ ପଢୁଥିବା ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫ ଜଣ ଆହତ ହୋଇଛନ୍ତି।

ନାରାୟଣଗଞ୍ଜ ନଦୀ କୂଳରେ ଥିବା ସହରାଞ୍ଚଳରେ ଅବସ୍ଥିତ ବୈତୁଲ ସଲାତ ମସଜିଦରେ ଗତକାଲି ରାତିରେ ଶୁକ୍ରବାର ନାମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ୨୫ ଜଣ ନାମଜୀ ଗୁରୁତର ଆହତ ହୋଇଥିଲେ।

ଢାକା ମେଡିକାଲ କଲେଜ ହସପିଟାଲର ବର୍ଣ୍ଣ ୟୁନିଟର ମୁଖ୍ୟ ଡକ୍ଟର ସାମନ୍ତ ଲାଲ ସେନ କହିଛନ୍ତି ଯେ ଶୁକ୍ରବାର ଦିନ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଶନିବାର ଦିନ ୧୧ଜଣ ନମାଜୀଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ବର୍ତ୍ତମାନ ଅନ୍ୟ ୨୫ ଜଣଙ୍କୁ ଏହି ୟୁନିଟରେ ଚିକିତ୍ସା କରାଯାଉଛି, କିନ୍ତୁ ସେମାନଙ୍କ  ଅବସ୍ଥା ଗୁରୁତର ରହିଛି। ଶରୀରର ୯୦ ଭାଗରୁ ଅଧିକ ଶରୀର ଜଳି ଯାଇଛି।

ଡକ୍ଟର ସେନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ସକାଳେ ତାଙ୍କୁ ଫୋନ କରି ଆହତ ଲୋକଙ୍କ ସଂପର୍କରେ ପଚାରିଥିଲେ ଏବଂ ସେମାନଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.