ରାସାୟନିକ କାରଖାନାରେ ବିସ୍ଫୋରଣ ୬ ମୃତ, ୩ ଗୁରୁତର

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ବୁଧବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜନୋର ପୁଲିସ୍‍ ସୁପରିଣ୍ଟେଣ୍ଡେଣ୍ଟ ଉମେଶ କୁମାର ସିଂହ କହିଛନ୍ତି, ସେହି ରାସାୟନିକ କାରଖାନାଟି ନଗୀନା ରୋଡ଼୍‍ରେ ଅବସ୍ଥିତ । ତେବେ ବିସ୍ଫୋରଣର କାରଣ ସଂପର୍କରେ ତଦନ୍ତ ଜାରି ରହିଛି।
ଏହି ଦୁର୍ଘଟଣାରେ ଆଉ ୮ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି।

Leave A Reply