+୨ ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି : ସମୀର ରଞ୍ଜନ ଦାଶ

ଭୁବନେଶ୍ୱ : +୨ ମୂଲ୍ୟାୟନକୁ ନେଇ ୧୫ ଦିନ ଭିତରେ ଗଠନ ବିଶେଷଜ୍ଞ କମିଟି ହେବ। ସିବିଏସଇ ନୀତିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ। ଏହା ପରେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ ସେ ନେଇ ନିଷ୍ପତି ହେବ। ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ସିବିଏସଇ ଓ ଆଇସିଏସଇ ପରୀକ୍ଷା ଫଳ ଯେଉଁ ସମୟରେ ବାହାରିବ, ସେହି ସମୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ରାଜ୍ୟର ଛାତ୍ରଛାତ୍ରୀ ଯେମିତ କୌଣସିି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.