ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧୦% ବୃଦ୍ଧି

ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ଖର୍ଚ୍ଚ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। କରୋନା ସମୟରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ସମ୍ମୁଖୀନ ହେବାକୁ ଥିବା ଅସୁବିଧାକୁ ଧ୍ୟାନରେ ରଖି ସେମାନଙ୍କୁ ପ୍ରଚାରରେ ଅଧିକ ଖର୍ଚ୍ଚ କରିବାକୁ ଅନୁମତି ଦେବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଥିଲେ।

ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୭୦ ଲକ୍ଷରୁ ୭୭ ଲକ୍ଷକୁ ବୃଦ୍ଧି କରାଯାଇଥିବା ବେଳେ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୮ ଲକ୍ଷରୁ ୩୦ ଲକ୍ଷ ୮୦ ହଜାରକୁ ବୃଦ୍ଧି କରାଯାଇଛି। ଶେଷ ଥର ପାଇଁ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଏହି ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଥିଲା।

Comments are closed.