ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ : ଜନମତ ସର୍ଭେ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇଛି । ରବିବାର ଚୁଡାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ତେବେ ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି । ଆସନ୍ତା ୨୩ ରେ ମତଗଣନା ସହ ଫଳାଫଳକୁ ଘୋଷଣା କରାଯିବ। କିନ୍ତୁ ଶେଷ ପର୍ଯ୍ୟାୟ ମତଦାନ ପରେ ଜନମତ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ନେଇ ଆକଳନ କରାଯାଇଥିବା ବେଳେ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳୁଛି।
ଗଣମାଧ୍ୟମ ସଂସ୍ଥାର ଜନମତ ସର୍ଭେ ଅନୁସାରେ ଚଳିତ ବିଧାନସଭା ନିର୍ବାଚନରେ ଶାସକ ବିଜେଡି ୮୫-୯୫ ଆସନରେ ବିଜୟ ଲାଭ କରିବ। ସେହିପରି ବିଜେପି ୨୫ରୁ ୩୪ଟି ଆସନରେ ଜିତିବା ନେଇ ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ କଂଗ୍ରେସ ୧୨-୧୫ଟି ଏବଂ ଅନ୍ୟମାନେ ୧-୩ ଟି ଆସନରେ ଜିତିବା ନେଇ ଆକଳନ କରାଯାଉଛି । ତେବେ ବିଜେଡି ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Comments are closed.