ଏକଜିଟ ପୋଲ – କ୍ଷମତା କେନ୍ଦ୍ରକୁ ମୁହାଉଁଛି ବିଜେପି

ସମାଜ ପୋର୍ଟାଲ ଡେସ୍କ: ଆଜି ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିବା ନେଇ ଅନେକ ଗୁଡିଏ ଗଣମାଧ୍ୟମ ସଂସ୍ଥା ଏକଜିଟ ପୋଲ ଆକଳନ କରିଛନ୍ତି। ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ଟି ଆସନ ଅକ୍ତିଆର କରିବା ଆବଶ୍ୟକ। ନ୍ୟୁଜ ୧୮ ଚ୍ୟାନେଲ ଏକଜିଟ ପୋଲ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପିକୁ ୨୪୩ଟି ଆସନ ମିଳିବ ଆକଳନ କରାଯାଇଥିବା ବେଳେ କଂଗ୍ରେସକୁ ୪୧ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଏବିପି ଏକଜିଟ ପୋଲରେ ବିଜେପିକୁ ୨୦୪ ଓ କଂଗ୍ରେସକୁ ୬୯, ଟାଇମ୍ସ ନାଓ ଏକଜିଟ ପୋଲରେ ବିଜେପିକୁ ୨୩୦ ଓ କଂଗ୍ରେସକୁ ୪୮, ରିପବ୍ଲିକ ଟିଭି ଏକଜିଟ ପୋଲରେ ବିଜେପିକୁ ୨୧୬ରୁ ୨୩୦ ଓ କଂଗ୍ରେସକୁ ୫୦ରୁ ୬୯ ଏବଂ ଇଣ୍ଡିଆ ଟୁଡ଼େ ଏକଜିଟ ପୋଲରେ ବିଜେପିକୁ ୧୬୬ରୁ ୧୯୪ ଓ କଂଗ୍ରେସକୁ ୭୨ରୁ ୯୦ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

ସେହିପରି ହରିୟାଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୪୬ଟି ଆସନ ଅକ୍ତିଆର କରିବା ଆବଶ୍ୟକ। ନ୍ୟୁଜ ୧୮ ଚ୍ୟାନେଲ ଏକଜିଟ ପୋଲ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପିକୁ ୭୫ଟି ଆସନ ମିଳିବ ଆକଳନ କରାଯାଇଥିବା ବେଳେ କଂଗ୍ରେସକୁ ୧୦ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଏବିପି ଏକଜିଟ ପୋଲରେ ବିଜେପିକୁ ୭୨ ଓ କଂଗ୍ରେସକୁ ୮, ଟାଇମ୍ସ ନାଓ ଏକଜିଟ ପୋଲରେ ବିଜେପିକୁ ୭୧ ଓ କଂଗ୍ରେସକୁ ୧୧, ରିପବ୍ଲିକ ଟିଭି ଏକଜିଟ ପୋଲରେ ବିଜେପିକୁ ୫୨ରୁ ୬୩ ଓ କଂଗ୍ରେସକୁ ୧୫ରୁ ୧୯ ଏବଂ ଇଣ୍ଡିଆ ଟୁଡ଼େ ଏକଜିଟ ପୋଲରେ ବିଜେପିକୁ ୬୯ ଓ କଂଗ୍ରେସକୁ ୧୧ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

Comments are closed.