ଜନମତ ସର୍ଭେ : ବିଜେଡିକୁ ୧୧ ଓ ବିଜେପି ୧୦ ଲୋକସଭା ଆସନ !

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏକ ସମୟରେ ମତଦାନ ହୋଇଥିଲା । ରାଜ୍ୟର ୨୧ଟି ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ବିଜୁଜନତା ଦଳ କିଛି ଲୋକସଭା ଆସନ ହରାଉଥିବା ନେଇ ଆକଳନ କରାଯାଇଛି ।

’ରିପବ୍ଲିକ ଟିଭି/ସି ଭୋଟର’ର ସର୍ଭେ ଅନୁସାରେ ରାଜ୍ୟରେ ବିଜେଡି ୧୧ଟିରେ ଓ ବିଜେପି ୧୦ଟି ଲୋକସଭା ଆସନରେ ବିଜୟୀ ହେବା ନେଇ ଆକଳନ କରାଯାଇଛି।

’ଜନ କୀ ବାତ’ର ଜନମତ ସର୍ଭେ ରିପୋର୍ଟ ଅନୁସାରେ ବିଜେଡି ୮ଟିରେ ଓ ବିଜେପି ୧୨ଟି ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନରେ ବିଜୟୀ ହେବା ନେଇ ଅନୁମାନ କରାଯାଇଛି।

ଟାଇମ୍ସ ନାଓ/ଭିଏମଆର ରିପୋର୍ଟ ଅନୁସାରେ ବିଜେଡି ୮ଟିରେ ଓ ବିଜେପି ୧୨ଟି ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନରେ ବିଜୟୀ ହେବା ନେଇ ଅନୁମାନ କରାଯାଇଛି।

ଏନଡିଟିଭି ରିପୋର୍ଟ ଅନୁସାରେ ବିଜେଡି ୧୦ଟିରେ ଓ ବିଜେପି ୧୦ଟି ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନରେ ବିଜୟୀ ହେବା ନେଇ ଆକଳନ କରାଯାଇଛି।

ମୋଟାମୋଟି ଭାବେ ୪ଟି ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଅନୁସାରେ ବିଜେପି ଲାଭବାନ ହେବା ନେଇ ଅନୁମାନ କରାଯାଇଛି। ତେବେ ପ୍ରକୃତ ଫଳାଫଳ ୨୩ ତାରିଖରେ ଜଣାପଡିବ।

 

 

Comments are closed.