ଭିସା କଟକଣା ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ବର୍ଗ ବ୍ୟତୀତ ବିଦେଶୀ ତଥା ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ଇମିଗ୍ରେସନ ଚେକ୍ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ସମସ୍ତ ଭିସା ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଦେଶରେ କୋଭିଡ-୧୯ଜନିତ ଲକ ଡାଉନ ଅବଧି ବୃଦ୍ଧି ହେବ ପରେ ଏହି ନିଷ୍ପତ୍ତି ହୋଇଛି ତେବେ ପୂର୍ବ ଭଳି କୂଟନୈତିକ ଭିସା, ସରକାରୀ, ଜାତିସଂଘ ଓ କେତେକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଭିସା କାର୍ଯ୍ୟ କରିବ।

ମନ୍ତ୍ରଣାଳୟ କହିଛି ଯେ ୧୦୭ଟି ଇମିଗ୍ରେସନ୍ ଚେକ୍ ପୋଷ୍ଟ ମାଧ୍ୟମରେ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଯାତାୟାତ ଉପରେ ଏହି କଟକଣା ମେ ୩ ପର୍ଯ୍ୟନ୍ତ ସକ୍ରିୟ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବ୍ୟବହୃତ ଯାନବାହନ, ବିମାନ, ଜାହାଜ, ଟ୍ରେନ୍ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଜାହାଜର ଓ ଯାନର କର୍ମଚାରୀ, ନାବିକ, ଡ୍ରାଇଭର, ହେଲପର, କ୍ଲିନରମାନଙ୍କ କୋଭିଡ-୧୯ ସଂକ୍ରମଣ ପାଇଁ ଡାକ୍ତରୀ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି।

Comments are closed.