ଜବାବ ଦାଖଲ କଲେ ସିବିଆଇ ମୁଖ୍ୟ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି)ର ତଦନ୍ତ ରିପୋର୍ଟ ଉପରେ ସିବିଆଇ ମୁଖ୍ୟ ଆଲୋକ ବର୍ମା ସୋମବାର ଅପରାହ୍ଣରେ ସୁପ୍ରିମକୋର୍ଟରେ ଜଉମୁଦ ଲଫାପାରେ ନିଜର ଜବାବ ଦାଖଲ କରିଛନ୍ତି। ଜବାବ ଦାଖଲ ନିମନ୍ତେ ଅଧିକ କିଛି ସମୟ ପ୍ରଦାନ କରିବା ତଥା ମଙ୍ଗଳବାର ହେବାକୁ ଥିବା ଶୁଣାଣି ସ୍ଥଗିତ ରଖିବାକୁ ବର୍ମା ଏକ ଆବେଦନ କରିଥିଲେ। ଜବାବ ଦାଖଲ ପାଇଁ କୋର୍ଟଙ୍କ ନିକଟରୁ ଅଧିକ ସମୟ ଲୋଡାଯାଇଥିଲେ ମଧ୍ୟ ମଧ୍ୟାହ୍ଣ ୧ଟା ସୁଦ୍ଧା ଏହାକୁ ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ଦାଖଲ କରାଯାଇଛି ବୋଲି ବର୍ମାଙ୍କ ଓକିଲ ଗୋପାଳ ଶଙ୍କର ନାରାୟଣ ଶୁଣାଣିବେଳେ କହିଥିଲେ। ଏହି ଆବେଦନକୁ ସୁପ୍ରମିକୋର୍ଟ ଖାରଜ କରିଦେବା ସହ ଯଥାଶୀଘ୍ର ନିଜର ପ୍ରତିକ୍ରିୟା ଦାଖଲ କରିବାକୁ ବର୍ମାଙ୍କୁ ନିର୍ଦେଶ ଦେଇଥିଲେ। ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରି ସିଭିସି ସୁପ୍ରମିକୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ସିବିଆଇର ବିଶ୍ୱସନୀୟତା ଫେରାଇ ଆଣିବା ଉଦ୍ଦେଶ୍ୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପୀଠ ଏହି ରିପୋର୍ଟର ନକଲ ବର୍ମାଙ୍କୁ ପ୍ରଦାନ କରିବା ସହ ଏହା ଉପରେ ନଭେମ୍ବର ୧୬ରେ ବର୍ମାଙ୍କ ଜବାବ ଲୋଡିଥିଲେ।

Leave A Reply