ଅବକାରୀ ବିଭାଗର ଚଢାଉ, ୩ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଅବକାରୀ ଥାନା ଅଧିନ ବିଭିନ୍ନ ଗ୍ରାମରେ ଚଢାଉ କରି ଆଜି ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଘଟଗାଁ ଅବକାରୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ଘଟଗାଁ ବ୍ଲକ ଅନ୍ତର୍ଗତ ମସିଣାବିଲା, ବାଟହରିଚନ୍ଦନପୁର ଓ ମେଲାଣ ଗ୍ରାମରେ ଚଢାଉ କରି ଚୋରା ମଦ କାରବାର କରୁଥିବା ୩ଜଣଙ୍କୁ ଘଟଗାଁ ଅବକାରୀ ବିଭାଗ ଗିରଫ କରିଛି। ସେମାନଙ୍କଠାରୁ ୨୫ଲିଟର ଦେଶୀ ମଦ ଜବତ କରାଯିବା ସହ ବିପୁଳ ପରିମାଣରେ ମହୁଲି ପୋଚ ନଷ୍ଟ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଘଟଗାଁ ଅବକାରୀ ଥାନ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.