ବେଗୁନିଆରେ ଅବକାରୀ ବିଭାଗର ଚଢ଼ାଉ: ୩୯୦ ଲିଟର ମଦ ଜବତ, ୫ ଗିରଫ

ବେଗୁନିଆ: ବେଗୁନିଆ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦର ଅବାଧ ବିକ୍ରି ଓ ପ୍ରସ୍ତୁତି କାରଖାନା ଦେଖିବାକୁ ମିଳୁଛି । ପୋଲିସର ଜ୍ଞାତ ସାରରେ ଦେଶୀ ମଦ କାରଖାନା ଚାଲୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୩୯୦ ଲିଟର ଦେଶୀ ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବେଗୁନିଆ ଥାନା ଅଞ୍ଚଳର କଣ୍ଟାବାଡ଼ ଗ୍ରାମର ମଧୁସୂଦନ ନାୟକ ୨୦ ଲିଟର, ବିଶ୍ଵନାଥ ଓଝା ୧୦ଲିଟର ମିନତି ପାଇକରାୟ ୩୩୦, ବାଘମାରି ଥାନା ଅଞ୍ଚଳର ପୋଡାଡିହ ଗ୍ରାମର ସୁମନ୍ତ ମଲ୍ଲିକ ୧୫ ଲିଟର, ବୈକୁଣ୍ଠ ନାଥ ମଲ୍ଲିକ ୧୫ ଲିଟର।

Comments are closed.