ଘଟଗାଁ ଅବକାରୀ ବିଭାଗର ଚଢ଼ାଉ, ୫ ଗିରଫ

ପାଟଣା: ଘଟଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା  ପଇଦାପାଟଣା ପଞ୍ଚାୟତ ହଳଧରପୁର ନୂଆ ସାହିର ମମତା ନାଏକ ଏବଂ ମଙ୍ଗଲ ମୁଣ୍ଡାଠାରୁ ୧୦ ଲିଟର, ସାନ୍ତରାପୁରର କୁଞ୍ଜ ନାଏକ ଠାରୁ ୭ଲିଟର, ଭୀମ ସାଣ୍ଡିଲ ଠାରୁ ୬ ଲିଟର ଏବଂ କୁସୁନପୁରର ଟୁନା ମୁଣ୍ଡା ଠାରୁ ୮ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ଏହି ଚଢାଉ ଅଭିଯାନରେ ଅବକାରୀ ଥାନା ଅଧିକାରୀଙ୍କ ସହ ଆନନ୍ଦପୁର ଅବକାରୀ ନିରୀକ୍ଷକ ଦେବି ମିଶ୍ର, କନେଷ୍ଟବଳ ଯତୀନ୍ଦ୍ର ମହାନ୍ତ, ଲଷ୍ମୀଧର ନାଏକ ଏବଂ ରେବତୀ ସାହୁ ପ୍ରମୁଖ ସାମିଲ ଥିଲେ ।

Comments are closed.