ଅବକାରୀ ଚଢାଉ, ମଦ ସହ ୩ ଗିରଫ

ପାଟଣା: କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ କ୍ରମେ ଆଜି ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ୪୫ ଲିଟର ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଚଢାଉ ସମୟରେ ଅବକାରୀ ବିଭାଗ ଚୋରା ମଦଭାଟି ଭାଙ୍ଗିବା ସହ ୨ଶହ କେଜି ମହୁଲ ପୋଚ ନଷ୍ଟ କରିଛି । ୪ଟି ମାମଲା ରୁଜୁ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ଏରେଣ୍ଡେଇର ମାଧବ ମୁଣ୍ଡା, ଖଜିରାପାଟର ପ୍ରଦିପ ମହାନ୍ତ ଓ ସାନନାଳିର ଟପର ମୁଣ୍ଡା ବୋଲି ଜଣାପଡିଛି ।

Comments are closed.