ଅବକାରୀ ମୋବାଇଲ ସ୍କ୍ୱାଡର ଚଢାଉ: ବିପୁଳ ପରିମାଣର ପୋଚ ନଷ୍ଟ, ମଦ ଜବତ

ପାଟଣା: କେନ୍ଦୁଝର ଅବକାରୀ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ଆଜି ପାଟଣା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ଚୋରା ମହୁଲି ମଦ ଜବତ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ୍ । ଆଜି ପୂର୍ବାହ୍ନରେ କେନ୍ଦୁଝର ଅବକାରୀ ମୋବାଇଲ ସ୍କ୍ୱାଡର ସବ୍ ଇନ୍ସପେକ୍ଟର ରୋହିତ କୁମାର ନାୟକଙ୍କ ନେତୃତ୍ୱରେ ସାହାରପଡା ବ୍ଲକର ଭାଲିଆଡିହା, ଚୁନୁସାହି, ରାଧାପୁର ଆଦି ସ୍ଥାନରେ ଚାଲିଥିବା ଚୋରା ମଦଭାଟି ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଅବକାରୀ ବିଭାଗକୁ ଦେଖି ମଦ ବେପାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅବକାରୀ ବିଭାଗ ମଦଭାଟି ଭାଙ୍ଗିବା ସହ ୪ ହଜାର କେଜି ମହୁଲ ପୋଚ ନଷ୍ଟ କରିଛି । ଏହା ସହ ମଦଭାଟିରୁ ୧୫୦ ଲିଟର ରନ୍ଧା ମହୁଲି ମଦ ଜବତ କରିଛି ।

Comments are closed.