ଅବକାରୀ ଚଢାଉ: ୫ ଗିରଫ, ୨୭୦ ଲିଟର ମଦ ଜବତ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ଦେଶୀ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯିବା ସହ ୨୭୦ ଲିଟର ବେଆଇନ ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗହିରଗାଡିଆ ଗ୍ରାମର ବୈକୁଣ୍ଠ ରାଉତଙ୍କଠାରୁ ୪୦ ଲିଟର, କଳାପଥର ଗ୍ରାମର ହାଡୁବନ୍ଧୁ ସାହୁଙ୍କଠାରୁ ୧୨୦ ଲିଟର, ବରପୁଟ ଗ୍ରାମର ସରସ୍ୱତୀ ବେହେରାଙ୍କଠାରୁ ୩୦ ଲିଟର, ଜେମାମଣୀ ବେହେରାଙ୍କଠାରୁ ୪୦ ଲିଟର ଏବଂ ଢଁସର ଗ୍ରାମର ମହେଶ୍ୱର ରାଉତଙ୍କଠାରୁ ୪୦ ଲିଟର ମଦ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି ଅଦାଲତ ପଠାଯାଇଥିବା ସୂଚନା ମିଳିଛି।

Comments are closed.