ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଚୋରା ମଦ ସହ ୩ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୬ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ସାହାରପଡାର ମଙ୍ଗୁଳୁ ମୁଣ୍ଡାଙ୍କ ଠାରୁ ୯ ଲିଟର, ଆହାରପଡାର ପରମେଶ୍ଵର ମୁଣ୍ଡାଙ୍କ ଠାରୁ ୯ ଲିଟର ଓ ରୁଢିଅପଡାର ପୂର୍ଣ୍ଣିମା ପାତ୍ରଙ୍କ ଠାରୁ ୮ ଲିଟର ମହୁଲି ମଦ ଜବତ କରାଯାଇଛି। ଏହି ଚଢ଼ାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Comments are closed.